ବାଇକ୍ ସହ ସ୍କୁଟି ର ମୁହାଁମୁହିଁ ଧକ୍କା, ୨ ଗୁରୁତର ଜଣେ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ହନୁମାନ ଛକ ନିକଟରେ ଏକ ବାଇକ ସହ ଏକ ସ୍କୁଟି ର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ୨ ଜଣ ଗୁରୁତର ହୋଇଛନ୍ତି ହୋଇଛନ୍ତି। ସମସ୍ତ ଗୁରୁତର ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପାଟଣା ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ହେଲେ ଖୁଣ୍ଟାପଡା ଗ୍ରାମର ସ୍କୁଟି ଚାଳକ କେଦାର ନାଥ ମହାନ୍ତ ଓ ବାଇକ୍ ଚାଳକ ସ୍ୱାମ ଗ୍ରାମ ର ଚୈତନ ମୁଣ୍ଡା ବୋଲି ଜଣାପଡିଛି । ଚୈତନ୍ୟ ସ୍ବାମ ଗ୍ରାମରୁ ୩ ଜଣ ବାଇକ୍ ଯୋଗେ ଚାକୁଣ୍ଡାପାଳ ଗ୍ରାମ କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସହ ଧକ୍କା ହୋଇଥିଲା ।

କେଦାର ମୋହନ ମହାନ୍ତ ଗୁରୁତ୍ୱର ହୋଇଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଗ୍ରାମ ବାସୀ ୧୦୮ଆମ୍ବୁଲାନ୍ସ ଯୋଗେ ପଠାଇ ଥିଲେ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର କେନ୍ଦୁଝର ରୁ କଟକ ରେଫର କରିଥିବା ଆନନ୍ଦ ପୁର ନିକଟରେ ଯୁବକଙ୍କ ମୃତୁ ହୋଇଥିବା ଜଣାପଡିଛି। ମୃତୁ ଖବର ଜାଣି ଗ୍ରାମରେ ସକାକଳା ପରିବେଶ ସୃଷ୍ଟି ହୋଇଛି। ପୂର୍ବରୁ ସଡକ ଦୁର୍ଘଟଣାରେ ଗ୍ରାମର ୪ଜଣଙ୍କ ମୃତ୍ୟୁ ବରଣ କଲେଣି।