ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା :
ଥୁଆମୂଳ ରାମପୁର ବ୍ଳକ ଠାରେ ବ୍ଲକ୍ କଂଗ୍ରେସ କମିଟିର ଓଡିଶା ବନ୍ଦ ଡାକରା ସଫଳ I
ଥୁଆମୂଳ ରାମପୁର,୧୭/୦୭-(ଦୁର୍ଗା କୀର୍ତ୍ତି):- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଚହଳ ସୃଷ୍ଟି ହୋଇ ଛାତ୍ରୀ ଙ୍କ ନ୍ୟାୟ ଦାବିରେ ରାଜ ରାସ୍ତା ଖଚଖ ବନ୍ଦ ଥିବା ବେଳେ ଏହାର ନ୍ଯାର୍ଯ୍ଯ ଦାବିରେ ଓ ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ବିଜେପି ସରକାରଙ୍କ ଇସ୍ତଫା ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ମୋହନ ମାଝୀ ସରକାରଙ୍କୁ ବିରୋଧ ସହ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣାରେ ଯିଏବି ଦୋଷୀ ତାଙ୍କୁ ଉଚିତ୍ ଦଣ୍ଡ ମିଲୁ ବୋଲି ତାହାର ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାର ବିଭିନ୍ନ ଜିଲ୍ଲା, ବ୍ଳକ ମାନଙ୍କରେ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ବାଦ୍ ପଡ଼ିନାହିଁ ଥୁଆମୂଳ ରାମପର ବ୍ଳକ l

ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକଙ୍କ ଆବାହନ କ୍ରମେ ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଗୁରୁବାର ସକାଳ ୬ ଘଣ୍ଟା ଠାରୁ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତର କଂଗ୍ରେସ କର୍ମୀମାନେ ସାମିଲ ହୋଇ ଓଡିଶା ବନ୍ଦ ଡାକରାକୁ ଶାନ୍ତିଶୃଙ୍ଖଳା ଭାବରେ ସଫଳ କରିଥିବା ଜଣାପଡିଛି। ଥୁଆମୂଳ ରାମପୁର ମୁଖ୍ଯାଳୟ ଠାରୁ ଆରମ୍ଭ କରି ଡୁମେରପଦର, ଅଡ୍ରି, ମହୁଲପାଟଣା ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିଥିବା ବେଳେ ଗୁଣୁପୁର, କର୍ଲାପାଟ ଓ ଗୋପାଳପୁର, ଗ୍ରାମପଞ୍ଚାୟତ ମାନଙ୍କରେ ମଧ୍ୟ କଂଗ୍ରେସ କର୍ମୀ ଏବଂ ବାମପନ୍ଥୀ ଦଳ ର ସି.ପି.ଆଇ(ଏମ ଏଲ୍) ଲିବେରେସନ୍ ଭଳି ଦଳ ମାନଙ୍କ ଦ୍ବାରା ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଯୋଗୁଁ ଗାଡିମଟର ଚଳାଚଳ ବନ୍ଦ ରହିବା ସହିତ ଜରୁରୀ କାଳୀନ ସେବା ବ୍ୟତୀତ ବିଭିନ୍ନ କାର୍ଯ୍ଯାଳୟ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଥିଲା ଯାହାଫଳରେ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଦେଇଥିଲା l ଏହି ଓଡ଼ିଶା ବନ୍ଦ ଡାକରା ସମୟରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠାନ ବ୍ଲକ୍ ସଂଯୋଜକ ପରମେଶ୍ବର ନାଏକ, ସମ୍ପାଦକ ହେମନ୍ତ ନାଏକ, ଲାଞ୍ଜିଗଡ଼ ନିର୍ମଚନ ମଣ୍ଡଳୀ ପୂର୍ବତନ ଯୁବ ସଭାପତି ଜଗାକାଳିଆ ନାଏକ, ଈଶ୍ୱର ନାଏକ, ଗୁଞ୍ଜେନ୍ ମାଝୀ, ଅଜିତ ନାଏକ, ଭୀମସେନ ମାଝୀ, ଭାବିନିକା ବାଗ, ଗଣେଶ ନାଏକ, ବଳଭଦ୍ର ନାଏକଙ୍କ ସମେତ ବ୍ଲକ୍ ଆଦିବାସୀ ସଂଘ ସଭାପତି ସନାତନ ମାଝୀ, ବୀର ବଜରଙ୍ଗ ନାଏକ ପ୍ରମୁଖ ସାମିଲ ହୋଇଥିଲେ। ଓଡିଶା ବନ୍ଦ ଡାକରାକୁ ଥୁଆମୂଳ ରାମପୁର ଥାନା ପକ୍ଷରୁ ଥାନା ଅଧିକାରୀ କୈବଲ୍ଯ ସେଠଙ୍କ ତତ୍ବାବଧାନରେ ପୋଲିସ ବାହିନୀ ମୁତୟନ ହୋଇଥିବା ବେଳେ କର୍ଲାପାଟ ଥାନା ଅଂଚଳରେ ମଧ୍ୟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକାଙ୍କ ତତ୍ବାବଧାନରେ ପୋଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।