ବିଜେପିରେ ମିଶିଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ

ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ଅଭିନେତ୍ରୀ ସ୍ବାତୀ ସାମଲ(ଜିନା) ଏବଂ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସହରସ୍ଥିତ ହୋଟେଲ ରୟାଲ କୁଇନ୍‌ଠାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେମାନଙ୍କ ସହ ପ୍ରାୟ ୩୦୦ରୁ ଊଦ୍ଧର୍‌ବ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଓହ୍ଲାଇଥିବା ଉଭୟ କଳାକାର କହିଛନ୍ତି।ଏମାନଙ୍କ ସହ ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ମମତା ପଣ୍ଡା -ଏଆର.ଡି.ଏମ୍. ରିଲାଏନ୍ସ, ପ୍ରାର୍ଥ ସାରଥୀ ଜେନା, ଅମିତା ସାମଲ, ସ୍ଵାଗତ ସାମଲ, ପ୍ରିୟଙ୍କା ସାମଲ, ଅନୀଲ କୁମାର ଗାୟନ ପ୍ରମୁଖ ଦଳରେ ସାମଲ ହୋଇଛନ୍ତି ।