ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ନୂଆଦିଲ୍ଲୀସ୍ଥିତଶିକ୍ଷାମନ୍ତ୍ରୀଙ୍କ ବାସଭବନରେ ପୁଷ୍ପଗୁଚ୍ଛ ଦେଇ ଧର୍ମନ୍ଦ୍ରେ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଇଛନ୍ତି
ଓଡିଶାର ଗର୍ବ ଗୌରବ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଶ୍ରୀମାନ ଧର୍ମନ୍ଦ୍ରେ ପ୍ରଧାନଜୀ ଙ୍କୁ ଆଜି ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଭେଟି ପୁଷ୍ପଗୁଚ୍ଛ, ଉରୀୟ ଓ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଇ ସମର୍ଦ୍ଧିତ କରିଛନ୍ତି। ଆନନ୍ଦପୁର କଲେଜ ର ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ରେ ହେବାକୁ ଥିବା ହୀରକ l

ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ ଜଣାଇଲେ। କେନ୍ଦୁଝର ଜିଲ୍ଲା ର ଦ୍ଵିତୀୟ ବୃହତ୍ତମ ଓ ସର୍ବ ପୁରାତନ କଲେଜ ଆନନ୍ଦପୁର କଲେଜ କୁ ସ୍ବଂୟମ ଶାସିତ ମହାବିଦ୍ୟାଳୟ ରେ ପରିଣତ କରିବା ପାଇଁ ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଜୀ ଙ୍କୁ ହୀରକ ଜୟନ୍ତୀ କମିଟି ର ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶୂଜୀତ୍ ସ୍ୱାଇଁ, ସନ୍ତୋଷ କୁମାର ଧଲ, ହେମନ୍ତ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।