ବିଜେପି ପକ୍ଷରୁ ଯୋଗାଣ ବିଭାଗ ଓ ପାଟଣା ଥାନା ସାଂସଦ ପ୍ରତିନିଧି ଚୟନ କରାଯାଇଛି।

ପାଟଣା;- କେନ୍ଦୁଝର ସାଂସଦ ଅନନ୍ତ ନାୟକ ଙ୍କ ନିର୍ଦ୍ଦେଶ କର୍ମେ ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକ ଏବଂ ଥାନା ଓ ଯୋଗାଣ ବିଭାଗ ର ସାଂସଦ ପ୍ରତିନିଧି ଚୟନ କରାଯାଇଛି। ଯୁବମୋର୍ଚ୍ଛା ଏବଂ ଭାରତୀୟ ଜନତା ଦଳର କର୍ମୀମାନେ ଏହି ଦୁଇ ନୂତନ ଭାବେ ନିଯୁକ୍ତି ପାଇଥିବା ପାଟଣା ଥାନା ଓ ଯୋଗାଣ ବିଭାଗର ସାଂସଦ ପାର୍ଥିଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ନୂତନ ଭାବେ ପାଟଣା ବ୍ଲକର ସାଂସଦ ସଞ୍ଜୟ କୁମାର ପଲେଇ ଏବଂ ଯୁଧିଷ୍ଠିର ମହାନ୍ତ ଦଳୀୟ କର୍ମୀଙ୍କ ସହିତ ପାଟଣା ଥାନା ଓ ଯୋଗାଣ ବିଭାଗ ର ଅଧିକାରୀଙ୍କୁ ନିଯୁକ୍ତି ପ୍ରଧାନ କରି ଥିବା ଦେଖିବାକୁ ମିଳିଛି।

ପାଟଣା ବ୍ଲକ ର ପରିଚାଳିତ ହେଉଥିବା ପିଡ଼ିଏସ ସାମଗ୍ରୀ ର ବଣ୍ଟନ ଉପରେ ଦୃଷ୍ଟି ଆକର୍ଷଣ କରି ଓଡିଶା ସରକାରଙ୍କ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦାଇତ୍ୱ ବୋଲି ନୂତନ ଭାବେ ସାଂସଦ ପ୍ରତିନିଧି ଚୟନ ହୋଇଥିବା ପ୍ରତିନିଧିମାନେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ସେହିପରି ନୂତନ ଭାବେ ପାଟଣା ଥାନା ର ସାଂସଦ ପ୍ରତିନିଧି ଭାବେ ଚୟନ ହୋଇଥିବା ଯୁଧିଷ୍ଠିର ମହାନ୍ତ ଲୋକମାନଙ୍କୁ ସାହଯ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି। ଦଳୀୟ କର୍ମୀମାନେ ହେଲେ ପାଟଣା ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତ,ଯୁବମୋର୍ଚା ସଭାପତି ନିତେଶ କୁମାର ମହାନ୍ତ, ଗୀତିକଣ୍ଠ ପାତ୍ର, ବ୍ରଜ ସେଠୀ, ଏସ କେ ମାନସୁର, ମଧୁସୁଧନ ମହାନ୍ତ, ପ୍ରକାଶ ସେଠୀ, ଦୃତି ସୁନ୍ଦର ସେଠୀ, ଚିନ୍ମୟ ବେହେରା, ଡମ୍ବୁରୁ ଧର ମହାନ୍ତ, ହରିଶ୍ଚ ଚନ୍ଦ୍ର ମହାନ୍ତ ପ୍ରମୁଖ ସାମିଲ ହୋଇ ସ୍ଵାଗତ କରିଥିଲେ।