ବିଡି ବିକିବା ଏବଂ ହୋଟେଲରେ କାମ କରିବାକୁ ମଧ୍ୟ ପଡ଼ିଥିଲା। ଏବେ ଆମେରିକାରେ ବିଚାରପତି

ଜଣେ ବ୍ୟକ୍ତି ହେଉଛନ୍ତି ୫୧ ବର୍ଷୀୟ ସୁରେନ୍ଦରନ କେ ପଟ୍ଟେଲ। ସୁରେନ୍ଦରନ ନିଜର ପରିଶ୍ରମ ଏବଂ ଇଚ୍ଛାଶକ୍ତି ଫଳରେ ଆଜି ପହଞ୍ଚିଛନ୍ତି ସଫଳତାର ଶୀର୍ଷରେ। ଆଉ ସେ ହୋଇଛନ୍ତି ସୁଦୂର ଆମେରିକା ଟେକ୍ସାସର ଜିଲ୍ଲା ଜଜ୍ ।

ହେଲେ ତାଙ୍କର ଏହି ଯାତ୍ରା ଥିଲା ଖୁବ୍ କଷ୍ଟକର। ଏଥିପାଇଁ ତାଙ୍କୁ କରିବାକୁ ପଡ଼ିଥିଲା କଠିନ ପରିଶ୍ରମ ଆଉ ତ୍ୟାଗ। ହେଲେ ସେ ହାର୍‌ ମାନିନଥିଲେ। ଆଉ ନିଜ ଲକ୍ଷ୍ୟ ହାସଲ ପାଇଁ ସବୁବେଳେ ଥିଲେ ଚେଷ୍ଟିତ। ଏମିତି ସମୟ ଥିଲା ତାଙ୍କୁ ବିଡି ବିକିବା ଏବଂ ହୋଟେଲରେ କାମ କରିବାକୁ ମଧ୍ୟ ପଡ଼ିଥିଲା।ତଥାପି ସେ ତାଙ୍କର ପାଠ ପଢ଼ା ଜାରିରଖିଥିଲେ ଆଉ ଏହି ଶିକ୍ଷା ଆଜି ତାଙ୍କୁ ଆମେରିକାରେ ସଫଳତା ଆଣିଦେଇଛି।

ସୁରେନ୍ଦରଙ୍କ ଜନ୍ମ କେରଳର କାସାରଗଡ଼ରେ ହୋଇଥିଲା ଏବଂ ଏଠାରେ ହିଁ ସେ ବଢ଼ିଥିଲେ। ସୁରେନ୍ଦରଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ପରିସ୍ଥିତି ଏପରି ହୋଇଥିଲା ବଞ୍ଚିବା ପାଇଁ ତାଙ୍କୁ ସ୍କୁଲ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା ଏବଂ ଦିନ ମଜୁରିଆ ଭାବରେ କାମ କରିବାକୁ ପଡ଼ିଥିଲା।

ତେବେ ଏସବୁ ସତ୍ତ୍ୱେ ସେ ପାଠ ପଢ଼ିବାକୁ ଚାହୁଥିଲେ। ଏଥିରେ ସୁରେନ୍ଦରଙ୍କ ବନ୍ଧୁମାନେ ମଧ୍ୟ ତାଙ୍କୁ ଆର୍ଥିକ ସହଯୋଗ କରିଥିଲେ ଏମିତିକି ଜଣେ ତାଙ୍କର ଲ’ ଡିଗ୍ରୀ ପାଇଁ ମଧ୍ୟ ସହଯୋଗ କରିଥିଲେ ତାଙ୍କୁ ବନ୍ଧୁମାନେ। ପାଠ ପଢ଼ୁଥିବା ସମୟରେ ସେ ଏକ ହୋଟେଲରେ ହାଉସକିପିଂ କାମ ମଧ୍ୟ କରୁଥିଲେ।

ଏହାପରେ ବନ୍ଧୁମାନଙ୍କ ସହଯୋଗରେ ଆମେରିକା ଯାଇଥିଲେ ଏବଂ ଭାରତରେ ପ୍ରାକ୍ଟିସ୍‌ କରିଥିବା  ଲ’ ତାଙ୍କୁ ଖୁବ୍ ସହଯୋଗ କରିଥିଲା ବୋଲି ସେ କହିଛନ୍ତି। ତେବେ ଟେକ୍ସାସର ବିଚାରପତି ପଦରେ ନିଯୁକ୍ତ ହେବା ପାଇଁ ମଧ୍ୟ ତାଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଏଥିପାଇଁ ତାଙ୍କୁ ବିରୋଧ ମଧ୍ୟ ହୋଇଥିଲା।

ତେବେ ଏନେଇ ସୁରେନ୍ଦର କହିଛନ୍ତି, ‘କେହିବି ବିଶ୍ବାସ କରୁନଥିଲେ ଯେ ମୁଁ ଏହି ସଫଳତା ହାସଲ କରିପାରିବି। କିନ୍ତୁ ମୁଁ ଏଠାରେ ପହଞ୍ଚିଛି। ମୁଁ ସମସ୍ତଙ୍କୁ କେବଳ ଗୋଟିଏ କଥା କହିବାକୁ ଚାହୁଛି। ଅନ୍ୟ କାହାକୁ ତୁମ ଜୀବନର ନିଷ୍ପତ୍ତି ନେବାକୁ ଦିଅନାହିଁ। ତୁମେ ନିଜେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କର।’