ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ କେତେବେଲେ ଘଟିପାରେ ବଡ଼ ଅଘଟଣ l
ଥୁଆମୂଳ ରାମପୁର,୦୭/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ କେତେବେଲେ ଘଟିପାରେ ବଡ଼ ଅଘଟଣ l ମୃତ୍ୟୁକୁ ଆମନ୍ତ୍ରଣ କରୁଛି ବ୍ଲକ୍ ମୁଖ୍ୟ ଫାଟକ ପାଖର ବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଯାହାକି ପ୍ରତିଦିନ ସହ ସହ ଗ୍ରାହକ ଉକ୍ତ ସ୍ଥାନରେ ଆସି ଭିଡ଼ ହୁଅନ୍ତି ବର୍ତ୍ତମାନ୍ ମୁକୁଳା ଅବସ୍ଥାରେ ରହିଛି ଏହି ଟ୍ରାନ୍ସଫର୍ମର l

ପ୍ରକାଶ ଥାଉ କି ଗତ କିଛି ଦିନ ତଳେ ଏହି ବ୍ଲକ୍ ମୁଖ୍ୟ ଫାଟକ ପାଖର ବା ବ୍ୟାଙ୍କ୍ କୁ ସଂଯୋଗ କରୁଥିବା ଏହି ଟ୍ରାନ୍ସଫର୍ମର ୧୧କେବି ତାର ସ୍ପର୍ଶ୍ଵ ରେ ଆସି ଦୁଇଜଣ ଶ୍ରମିକ ମେଡିକାଲ ରେ ବର୍ତ୍ତମାନ୍ ଜିବନସହ ସଙ୍ଘର୍ଷ କରୁଛନ୍ତି l ତଥାପି ବି ବିଦ୍ୟୁତ୍ ବିଭାଗ ର ନିଦ ଭାଙ୍ଗି ନାହିଁ l ଠିକ୍ ସେମିତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯିବା ମୁଖ୍ୟ ରାସ୍ତା ବା ତହସିଲ କାର୍ଯ୍ୟାଳୟକୁ ଯିବା ରାସ୍ତା କଡ଼ରେ ଥିବା ପମ୍ପ ହାଉସକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଏବଂ ତାଲବନ୍ଧ ପଡ଼ା ପାଖରେ ଥିବା ପୋଖରୀ ହୁଡ଼ରେ ଲାଗିଥିବା ଟ୍ରାନ୍ସଫର୍ମର ଯାହାକି ଲୋକେ ସେଠି ମଧ୍ୟ ପ୍ରତିଦିନ ଶୌଚ କରିବାକୁ ଯାଉଥିବା ବେଳେ ତାହା ପୋଖରୀକୁ ଲାଗିକି ରହିଛି l ଏମିତି ଅନେକ ଅଞ୍ଚଳର ବିଭିନ୍ନ ଗହଳି ସ୍ଥାନ ମାନଙ୍କରେ ଲାଗିରହିଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସୁରକ୍ଷା ବାଡ଼ ନାହିଁ , ଯାହାଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ର ଆଶଙ୍କା ରହିଛି l ଏଣୁ ତୁରନ୍ତ ମୁକୁଳା ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମର ର ଚାରିପଟେ ସୁରକ୍ଷା ବଡ଼ ଦେବାକୁ ସାଧାରଣରେ ଦାବୀ ହେଉଛି l