ବିନା ସୂଚନା ଫଳକରେ ଚାଲିଛି ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ହଷ୍ଟେଲ କୋଠା ନିର୍ମାଣ କାର୍ଯ୍ୟ l
ନିମ୍ନମାନର ସିମେଣ୍ଟ ସାଙ୍ଗକୁ କଳଙ୍କି ଖାଇଲା ରଡ଼ ବ୍ୟବହାର l
ଥୁଆମୂଳ ରାମପୁର,୦୭/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକରେ ଅଧିକାଂଶ କାର୍ଯ୍ଯାଳୟ ମାନଙ୍କରେ ନିର୍ମାଣଧିନ କୋଠା ଗୁଡିକର ସୂଚନା ଫଳ ଲାଗୁ ନାହିଁ। ଯାହାଫଳରେ ଲୋକେ ଏହା ଉପରେ ସୂଚନା ପାଇବା ପାଇଁ ବଞ୍ଚତ ରହୁଥିବା ନେଇ ଅଞ୍ଚଳରେ ଏକ ପ୍ରକାର ସନ୍ଦେହ ସୃଷ୍ଟି କରୁଅଛି। ଏହାଛଡା ଯେଉଁ କୋଠା ତିଆରି କରାଯାଉଛି ସେଥିରେ ବ୍ଯବହାର କରାଯାଉଥିବା ସିମେଣ୍ଟ, ଲୁହାଛଡ, ବାଲି, ମେଟାଲ, ଚିସ୍ପ୍ ଭଳି ଜିନିଷ ତାହା ନିମ୍ନମାନର ବ୍ଯବହାର କରାଯାଉଛି। ଏବଂ ସରକାରଙ୍କ ନିୟମକୁ ସମ୍ପୂର୍ଣ୍ଣ ଠିକା ସଂସ୍ଥା ଖୁଲମ୍ ଖୋଲା ଉ୍ଲଂଘନ କରୁଥିବା ସହିତ ମନଇଚ୍ଛା ଉକ୍ତ କୋଠା ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡୁଛି l ତେବେ ଏଭଳି ଭାବରେ ଯଦି ବିନା ସୂଚନା ଫଳକରେ ଓ ନିମ୍ନମାନର କାମ କରାଯାଏ ତାହାହେଲେ କୋଠାର ସ୍ଥାୟୀତ୍ବକୁ ନେଇ ସନ୍ଦେହ ସୃଷ୍ଟି କରୁଛି l କାହିଁକି ନା କଳଙ୍କି ଯୁକ୍ତ ଲୁହା, ମାଟି ମିଶା ବାଲି, କମ ମୂଲ୍ୟର ସିମେଣ୍ଟ ଭଳି ସାମଗ୍ରୀ ବ୍ଯବହାର କରାଯାଉଥିବା ଦେଖିବାକୁ ମିଳିଛି।

ଏହାଛଡା କାର୍ଯ୍ଯ ସ୍ଥଳରେ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତରେ ଠିକା ସଂସ୍ଥାର ଲୋକଙ୍କ ଉପସ୍ଥିତିରେ ସବୁ କାମ ଚାଲୁଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଅଧିବାସୀ ଅଧ୍ୟୁଷିତ ବ୍ଲକ୍ ର ଛାତ୍ର ଛାତ୍ରୀ ଙ୍କ ଭଲ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରିବା ଉଦ୍ଦେଶ୍ୟ ରେ ପିଡବ୍ଲୁଡି ବିଭାଗ (ଆର୍ ଏନ ବି) ପକ୍ଷରୁ ୫କୋଟି ୨୩ଲକ୍ଷ୍ୟ ୫୨ ହଜାର ଟଙ୍କାର ବ୍ୟୟବରାଦ ରେ ଆର୍ଥିକ ବର୍ଷ ୨୦୨୩-୨୪ ରୁ ନିର୍ମାଣ ହେଉଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଯାହାକି ତିନି ତାଲା ବିଶିଷ୍ଟ କୋଠା ନିର୍ମାଣ ଆର୍ ବି ଏସ ନାମକ କମ୍ପାନୀ ଟେଣ୍ଡର ପାଇଛନ୍ତି ଏବଂ
ଆଦର୍ଶ ଅଗ୍ରୱାଲ ନାମକ ଜଣେ ପେଟି ଠିକା ସଂସ୍ଥା କୁ ଦେଇଛନ୍ତି ବର୍ତ୍ତମାନ୍ ସେ ଠିକ ସଂସ୍ଥା କାର୍ଯ୍ୟ କରୁଛନ୍ତି l

ଏସଂପର୍କରେ ପିଡବ୍ଲୁଡି ଯନ୍ତ୍ରୀ ମିତୁ କେତନ କାର୍ଜି ଙ୍କୁ ପଚାରି ବୁଝିବା ରୁ ସେ ହଁ କାମ ଭଲ ହଉଛି ଏବଂ ଯେଉଁ ଯେଉଁ ସିମେଣ୍ଟ ଏବଂ ରଡ଼ ବ୍ୟବହାର କରିବା କଥା ତାହା କରୁଛୁ ଖାଲି ବାଙ୍ଗୁର ସିମେଣ୍ଟ କୁ ଛାଡ଼ି ସବୁ ପ୍ରକାର ସିମେଣ୍ଟ ବ୍ୟବହାର କରାଯିବ ବର୍ତ୍ତମାନ୍ ଲାଫାର୍ଜ ଆଉ ରମକୋ ସିମେଣ୍ଟ ରେ କାମ ଚଳୁଛି ଆଉ ସୂଚନା ଫଳକ ଲଗାଇବାକୁ ତାର ଏଷ୍ଟିମେଣ୍ଟ ଥାଏ ହେଲେ ଫୋଣ୍ଡ ନ ଥିବାରୁ ଆମେ ଲଗେଇ ନାହୁ ଶୀଘ୍ର ଏହାର ବ୍ୟବସ୍ଥା କରିବୁ ବୋଲି ଜେଇ ଏବଂ ଠିକ ସଂସ୍ଥା ଆର୍କେ ଟେକ୍ ତୁଷାର ଚୌଧୁରୀ
ସୂଚନା ଦେଇଛନ୍ତି l ହେଲେ ଶ୍ରୀ ସୋଇଲ୍ଟ ସିମେଣ୍ଟ ଆଉ ନୁଭୋକୋ ର ଦୁରା ଗୁଆର୍ଡ ବୋଲି ସିମେଣ୍ଟ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି l