ବିନେଶ ଫୋଗଟ କର୍ତ୍ତବ୍ୟ ପଥରେ ଛାଡିଲେ ଅର୍ଜୁନ ଆୱାର୍ଡ
ବଜରଙ୍ଗ ପୁନିଆଙ୍କ ପରେ ଏବେ ବିନେଶ ଫୋଗାଟ ଫେରାଇଲେ ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର। ଶନିବାର(୩୦ ଡିସେମ୍ବର) ବିନେଶ ଫୋଗାଟ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ରାସ୍ତା କର୍ତ୍ତବ୍ୟ ପଥର ଫୁଟ୍ପାଥ୍ରେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ସମ୍ମାନକୁ ରଖି ଦେଇଛନ୍ତି ବିନେଶ।ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କୁ ବିରୋଧ କରି କୁସ୍ତି ଯୋଦ୍ଧାମାନେ ଏଭଳି ନୂଆ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଏହା ପୂର୍ବରୁ ବଜରଙ୍ଗ ପୁନିଆ ଡିସେମ୍ବର ୨୨ ତାରିଖରେ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ରଖି ଚାଲିଯାଇଥିଲେ।ବିନେଶ ଫୋଗାଟ ପୁରସ୍କାର ଫେରାଇବା ପରେ ବଜରଙ୍ଗ ପୁନିଆ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଏହି ଦିନ କୌଣସି ଖେଳାଳି ଜୀବନରେ ନ ଆସୁ। ଦେଶର ମହିଳା କୁସ୍ତିଯୋଦ୍ଧମାନେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବୋଲି ବଜରଙ୍ଗ ପୁନିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି।