ବିପଦପୂର୍ଣ୍ଣ ସାଙ୍ଗକୁ ସମସ୍ୟା ଘେରରେ ଦୁର୍ଗମ ପୋଡ଼ାପାଇ ପ୍ରାଥମିକ ବିଦ୍ୟାଳୟ l
ଅବ୍ୟବସ୍ଥାରେ ଶିକ୍ଷାଦାନ : ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ I
ଥୁଆମୂଳ ରାମପୁର,୧୮।୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ ସମୁଦାୟ ୩୦ ଜଣ ଛାତ୍ରୀ ଛାତ୍ରଙ୍କୁ ଦୁଇଜଣ ଶିକ୍ଷକ ଅଛନ୍ତି l ସେଥି ମଧ୍ୟରୁ ଜଣେ ହେଲେ ତ୍ରିଲୋଚନ ବରାଳ (ପ୍ରଧାନଶିକ୍ଷକ), ଆଉ ଜଣେ ହେଲେ ସୋମନାଥ ମାଝୀ (ସହ ଶିକ୍ଷକ) l ସରକାର ଆଦିବାସୀ ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଏହାର ଠିକ ବିନିଯୋଗ ଓ ବିଭାଗୀୟ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଏବଂ ଉଚିତ ତଦାରଖର ଅଭାବ ଯୋଗୁ ଆଜି ଛାତ୍ର ଛାତ୍ରୀ ଙ୍କ ଭାବିଶ୍ୱତ ଅନ୍ଧାର ଆଡ଼କୁ ଗତି କରୁଥିବା ସାଙ୍ଗକୁ ଶିକ୍ଷକ ଶିକ୍ଷାଦାନରେ ପ୍ରାୟ ଦିନ ଅନୁପସ୍ଥିତ ରହୁଥିବା ଯାହା ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି l କୌଣସି ଛୁଟିଦିନ ନ ଥିବା ସତ୍ତ୍ଵେ ଶିକ୍ଷକ ବାବୁ ମାନେ ମନଇଚ୍ଛା ଛୁଟି ନେଇ ଘରକୁ ପଳାଇବା କିମ୍ବା ସ୍କୁଲ ନ ଆସି ଯାହାକି ଏକ ସ୍ବାସ୍ଥ୍ୟ ସ୍ବରାଜ ନାମକ ଜଣେ ସଂସ୍ଥା ରେ କାର୍ଯ୍ୟରତ ଜଣଙ୍କ ହାତରେ ପ୍ରତିଦିନ ପିଲାଙ୍କ ପାଠପଢ଼ା ଛାଡ଼ି ଦେଇଥିବା ଘଟଣାକୁ ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ପୂର୍ବ ସରକାର ୫–ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ରୂପାନ୍ତକରଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୋଡ଼ାପାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ ମଧ୍ୟ ଆମ ଓଡ଼ିଶା ନବିନ ଓଡ଼ିଶା ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ ରେ ୪ଲକ୍ଷ୍ୟ ବ୍ୟୟ ଅଟକଳରେ ସ୍କୁଲ୍ ର ଉନ୍ନତିକରଣ ପାଇଁ ଅନୁଦାନ ଆସିଥିବା ଯାହା ଜଣାଯାଏ, ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନ ଥିବା ନେଇ ସ୍ଥାନୀୟ ଅଭିଭକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ବର୍ତ୍ତମାନ୍ ବିଦ୍ୟାଳୟ କୋଠା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡିଛି। ଛାତରୁ ସିମେଣ୍ଟ ଖସି ଯାଇ ଲୁହାରଡ ଗୁଡ଼ିକ ଦେଖାଯାଉଛି। ବର୍ଷାଦିନେ ଛାତରୁ ପାଣି ଝରିବା ଫଳରେ ସମୁଦାୟ ୨ଟି କୋଠରି ମଧ୍ୟରୁ ଗୋଟି କୋଠରିରେ ପାଠ ପଢିବା ପଢାଇବା ପାଇଁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ଅବସ୍ଥା ଅତି ଦୟନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍କୁଲ ରେ ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ସୁରକ୍ଷା ପାଚେରୀ ଭୁସୁଡ଼ି ଯାଇଛି । ଏଣୁ ସରକାର ତୁରନ୍ତ ନୂତନ ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବରାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ବିଷୟରେ ପ୍ରତିକ୍ରିୟା ନେବାରୁ, ମୁ ଛୁଟି ନେଇକି ଘରକୁ ଯାଇଛି ଏବଂ ମୋ ସହଶିକ୍ଷକ କାର୍ଯ୍ୟରେ ରହିବା କଥା ହେଲେ ପିଲା କମ୍ ମାତ୍ରରେ ସ୍କୁଲ ଆସୁଛନ୍ତି , କାରଣ ବର୍ତ୍ତମାନ୍ ଉକ୍ତ ଅଳରେ ଧାନ କଟା, ଅଳସି କଟା ଭଳି ଇତ୍ୟାଦି ଚାଷ ଜନିତ କାମ କରିବାରେ ପିଲା ବ୍ୟସ୍ତ ଏଣୁ ପାଠପଢିବାକୁ ଆସୁନଥିବା ରୁ ମୁଁ ନିଜେ ସହଶିକ୍ଷକଙ୍କୁ ସ୍କୁଲ ନ ଆସିବା ପାଇଁ ମନା କଲି ବୋଲି ତାଙ୍କ ପ୍ରତିକ୍ରିୟା ରେ କହିବା ସହ ଆଉ କହିଲେ କି ପୂର୍ବ ସରକାର ସମୟରେ ଆମ ସ୍କୁଲ ପାଇଁ ଯେଉଁ ଉନ୍ନତିକରଣ ପାଇଁ ଅନୁଦାନ ଆସିଥିଲା ସରକାର ବଦଳିଲା ପରେ ବିଲ୍ କରିବାରେ ଅସୁବିଧା ହେଉଛି ଯାହା ଜେ଼ଇ ସେମ୍ଭୁ ପ୍ରସାଦ କେଙ୍ଗୁଆ ସୂଚନା ଦେଇଛନ୍ତି, ଯେମିତି ବ୍ଲକ୍ କାର୍ଯ୍ୟାଳୟ ଆଡୁ ମରାମତି କାମ କରିବାକୁ ଜବୁଜ ସଂକେତ ମିଳିବ କାମ ଆରମ୍ଭ ହେବ ବୋଲି କଛିଛନ୍ତି l ତେବେ ବିଭାଗୀୟ ଅଧିକାରୀ ଏଥ୍ୟପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି l