ବିପୁଳ ପରିମାଣର ବିଦେଶୀ ମଦ ଜବତ ସହ ଅଭିଯୁକ୍ତ ଗିରଫ l
ଥୁଆମୂଳ ରାମପୁର,୧୦।୧୦-(ଦୁର୍ଗା କୀର୍ତ୍ତି):- ଆଖିରେ ପଟି ବାନ୍ଧି ମୋଟା ଅଙ୍କର ବଟି ନେଇ ମଦ ମାଫିଆ ମାନଙ୍କୁ ଆଶ୍ରୟ ଦେଉଥିବା ଅବକାରୀ ବିଭାଗ ଦୃତ ରାଷ୍ଟ୍ର ଭଳି ଅଭିନୟ କରୁଥିବା ବେଳେ ମଦ ମାଫିଆଙ୍କ ଉପରେ ଚଡାଉ କରିଛି ଥୁଆମୂଳ ରାମପୁର ପୋଲିସ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ଚିରିକେଲଗୁଡ଼ା ମୁଖ୍ୟ ଛକ ନିକଟରେ ଗୁରୁବାର ଭୋର୍ ସକାଳୁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ନେତୃତ୍ୱରେ ଏକ ଟିମ୍ ଚଡ଼ାଉ କରିଥିବା ଖବର ମିଳିଛି l ପୋଲିସ୍ ର ସୂଚନା ଅନୁସାରେ ଏହା ଭବାନୀପାଟଣା ୫ନମ୍ବର ବିଦେଶୀ ମଦ ଦୋକାନ ରୁ ଥୁଆମୂଳ ରାମପୁର କୁ ଚାଲାଣ କରାଯାଉଥିଲା ବୋଲି ସୂଚନା ରହିଛି l

ହେଲେ କେମିତି ଓ କାହିଁକି ଥୁଆମୂଳ ରାମପୁର ରେ ଏକ ସରକାରଙ୍କ ସିକୃତୀ ପ୍ରାପ୍ତ ବିଦେଶୀ ମଦ ଦୋକାନ ଧିବା ସ୍ଵତ୍ତେ ଭବାନୀପାଟଣା ରୁ ଚୋରା ଚାଲାଣ ହେଉଥିଲା , ଏହା ନକଲି ମଦ ନା ଉକ୍ତ ଥୁଆମୂଳ ରାମପୁର ରେ ଥିବା ଦୋକାନ ଅନ୍ୟ ଅଞ୍ଚଳକୁ ଚାଲାଣ କରିଥିଲା ସେମିତି ବି ଦିନକୁ ଦିନ ଉକ୍ତ ବ୍ଲକ୍ ରେ ଖୁଲମ ଖୁଲା ବେନିୟମ ଭାବରେ ମଦ ଚୋରା ଚାଲାଣ ହେଉଛି ବୋଲି ଲୋକେ ବିଭିନ୍ନ ସ୍ଥାନରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି l ତେବେ ବିଦେଶୀ ମଦ ନେଉଥିବା ଏକ ବାଇକ୍ କୁ ପୋଲିସ ଅଟକାଇ ବାଇକ୍ ରେ ଥିବା ବିଭିନ୍ନ ବ୍ରାଣ୍ଡ ର ମଦ ସାଙ୍ଗକୁ ବିଅର୍, କ୍ୟେନ୍ ଯାହାକି ପାଖାପାଖି ୮୭.୫୫୫ ଲିଟର ମଦ ସହ ପ୍ରଭାତ ରଞ୍ଜନ (୨୮) ପିତା ଦିଲୀପ ପ୍ରସାଦ ନାମକ ଜଣେ ଯୁବକଙ୍କୁ ଏବଂ ଚାଲାଣ ରେ ବ୍ୟହୃତ ହୋଇଥିବା ଏକ ବାଇକ୍ କୁ ପୋଲିସ ଜବତ କରି କେସ ନଂ ୧୬୯/୨୪ ରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି l