ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଇଶିତା

ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍‌-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ବିବାହର ୬ ବର୍ଷ ପରେ ସେ ମା’ ହେବାକୁ ଯାଉଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନି ଏହି ଭିଡିଓକୁ ତାଙ୍କ ଇନଷ୍ଟା ଅଫିସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି।

ଭିଡିଓ ପୋଷ୍ଟ କରିବାବେଳେ କ୍ୟାପସନରେ ଲେଖିଛନ୍ତି-‘ଇଶିତା ଶୀଘ୍ର ମା ହେବାକୁ ଯାଉଛନ୍ତି।’ ଇଶିତାଙ୍କ ଏହି ଭିଡିଓ ହୁଏତ ସାମ୍ନାକୁ ଆସିଛି କିନ୍ତୁ ଅଭିନେତ୍ରୀ ତାଙ୍କ ଗର୍ଭଧାରଣ ବିଷୟରେ  କୌଣସି ସୂଚନା ଦେଇନାହାଁନ୍ତି। ଇଶିତାଙ୍କ ଗର୍ଭବତୀ ହେବାର ଖବର ଆସିବା ପରେ ପ୍ରଶଂସକମାନେ ମଧ୍ୟ କମେଣ୍ଟ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।