ବିବାହ କରିବାର କୌଣସି ଯୋଜନା ନାହିଁ।

ଦକ୍ଷିଣ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ। ଶ୍ରୁତି ତାଙ୍କ ଲୁକ୍‌ ଏବଂ ଷ୍ଟାଇଲିସ୍ ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋଚନା କରନ୍ତି ।ବର୍ତ୍ତମାନ ଶ୍ରୁତି ହାସନ ବିବାହ ଖବରକୁ ସତ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୩୭ ବର୍ଷୀୟ ଶ୍ରୁତି ହାସନ ଦୀର୍ଘ ଦିନ ଧରି ଶାନ୍ତନୁ ହଜାରିକାଙ୍କୁ ଡେଟ କରୁଥିଲେ। ସେ ତାଙ୍କ ସହିତ ଅନେକ ସମୟରେ ରୋମାଣ୍ଟିକ ଫଟୋ ଶେୟାର କରନ୍ତି।

ଏହି ସମୟରେ ଅଭିନେତ୍ରୀ ତାଙ୍କ ପ୍ରେମିକ ଶାନ୍ତନୁଙ୍କୁ ବିବାହ କରି ସଂସାର ଗଢିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ସେଏହି ରିପୋର୍ଟଗୁଡିକ ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ତାଙ୍କର ବିବାହ କରିବାର କୌଣସି ଯୋଜନା ନାହିଁ।‘ବିବାହ ଶବ୍ଦକୁ ମୁଁ ବହୁତ ଡରୁଛି। ଏଥିରେ ବହୁତ କିଛି ଅଛି ଯାହା ମୁଁ ପ୍ରକୃତରେ ଚିନ୍ତା କରିବାକୁ ଚାହେଁ ନାହିଁ । ମୁଁ ତାଙ୍କ ସହିତ ଥିବାରୁ ଖୁସି, ତାଙ୍କ ସହିତ ଭଲ କାମ କରେ ଏବଂ ଆମେ ଏକାଠି ଭଲ ସମୟ କାଟି ଥାଉ।  “ଆମେ ପରସ୍ପର ପାଇଁ ଅଛୁ ଏବଂ କଠିନ ସମୟରେ ପରସ୍ପରକୁ ସମର୍ଥନ କରୁ। ସଂଘର୍ଷ କରୁଥିବା ସମୟରେ ତୁମ ସହ କେହି ଥିଲେ ବହୁତ ଭଲ ଲାଗେ। ମୁଁ ଭାବୁଛି ଆମ ଭିତରେ ଯେଉଁଭଳି ସମ୍ପର୍କ ରହିଛି, ତା’ଠାରୁ ଭଲ କିଛି ହୋଇ ପାରିବ ନାହିଁ ।