ବିବାହ ବନ୍ଧନରେ ଅଭିନେତ୍ରୀ ଲିପ୍‌ସା ,ଆକାଶଙ୍କ ହାତ ଧରିଲେ ଚୁଲ୍‌ବୁଲି ଅଭିନେତ୍ରୀ

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ଲିପ୍ସା ମିଶ୍ର । ସୋମବାର ଭୁବନେଶ୍ୱରରେ ଏହି ଓଲିଉଡ୍‌ ଅଭିନେତ୍ରୀଙ୍କ ବିବାହ ସରିଛି । ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ଡପରେ ବିବାହ ଶେଷ ହୋଇଛି । ଭୁବନେଶ୍ୱରର ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ହାତ ଧରିଛନ୍ତି ।ଭୁବନେଶ୍ୱର ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ଠାରେ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ଆଡ଼ମ୍ବର ସହକାରେ ବିବାହ କରିଛନ୍ତି ଲିପ୍‌ସା ।

ଆକାଶ ମେକାନିକାଲ୍‌ ଇଞ୍ଜିନିୟରିଂ ପରେ ମାର୍କେଟିଂରେ ଏମ୍‌ବିଏ ପାଠ ପଢ଼ିଛନ୍ତି। ତେବେ ବର୍ତ୍ତମାନ ସେ ନିଜ ପାରିବାରିକ ବ୍ୟବସାୟର ଦେଖାଶୁଣା କରୁଛନ୍ତି। ତେବେ ଲିପ୍‌ସାଙ୍କ ବିବାହରେ ତାଙ୍କର ଲେହେଙ୍ଗା ଓ ଆକାଶଙ୍କ ସେର୍‌ଓ୍ବାନୀକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।