ବିଭିନ୍ନ ସମସ୍ୟା କୁ ନେଇ ଗ୍ରାମବାସୀଙ୍କ ୧୨ଘଣ୍ଟିଆ ରାସ୍ତା ଅବରୋଧ I
ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଭବାନୀପାଟଣା, ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ୧୨ ଘଣ୍ଟିଆ ଅବରୋଧ : ବିଡ଼ିଓ ଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ l
ଥୁଆମୂଳ ରାମପୁର,୧୬/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୁଣୁପୁର ଠାରେ ଗୁଣୁପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଭବାନୀପାଟଣା – ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାକୁ ୧୨ ଘଣ୍ଟା ପାଇଁ ଅବରୋଧ କଲେ ଗ୍ରାମବାସୀ l ମିଳିଥିବା ସୂଚନାରୁ ଜଣାଯାଏ ଯେ, ଉକ୍ତ ଗ୍ରାମ ପଞ୍ଚାୟତ ମୁଖ୍ଯାଳୟ ହୋଇଥିଲେ ସୁଦ୍ଧା ଏହି ଗ୍ରାମରେ ବିଭିନ୍ନ ସମସ୍ୟା ଲାଗିରହିଛି।ବାରମ୍ବାର ବ୍ଲକ୍ ତଥା ଜିଲ୍ଲା ପ୍ରଶାସନ କୁ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହାର ସମାଧାନ ନ ହୋଇପରିବାରୁ ଏହାକୁ ବିରୋଧକରି ସୋମବାର ଥୁଆମୁଳ ରାମପୁର – ଭବାନୀପାଟଣ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ଆଞ୍ଚଳିକ ବିକାଶ ପରିଷଦ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମରେ ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଖେଳ ପଡିଆ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରିଥିବା ଜଣାଯାଏ। ରାସ୍ତା ଅବରୋଧ କରିବା ଯୋଗୁଁ ଭବାନୀପାଟଣା, ଥୁଆମୁଳ ରାମପୁର, କାଶିପୁର ଭଳି ବିଭିନ୍ନ ସ୍ଥାନକୁ ଯାତାୟାତ କରୁବା ଗାଡିମଟର ଚଳାଚଳରେ ସମ୍ପୂର୍ଣ୍ଣ ଭାବରେ ଠଫ୍ ହୋଇଥିବାବେଳେ ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ରାସ୍ତା ଅବରୋଧ ଯୋଗୁଁ ଜରୁରୀ କାଳୀନ କାମରେ ବାହାରିଥିବା ଲୋକେ ହିଁ ପ୍ରାୟତଃ ହଇରାଣ ହୋଇଥିଲେ। ତେବେ ପ୍ରଶାସନ ପକ୍ଷରୁ କାହିଁକି ଏଭଳି ସମସ୍ୟା ଗୁଡିକ ପ୍ରତି ଧ୍ଯାନ ଦେଲେ ନାହିଁ ଯାହାଫଳରେ ଏଭଳି ରାସ୍ତା ଅବରୋଧ କରିବା ପାଇଁ ଆଞ୍ଚଳିକ ବିକାଶ ପରିଷଦ ବାଧ୍ୟ ହୋଇଥିଲେ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଛି ।

ଅନ୍ୟପଟେ ଖବର ପାଇ ଘଟଣା ସ୍ଥଳରେ ଥୁଆମୁଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ପହଞ୍ଚି ବୁଝାସୁଝା କରି ଏକ ଲିଖିତ ପ୍ରତିଶ୍ରୁତି ଦେବା ସହ ସମସ୍ୟାର ସମାଧାନ ୭ ଦିନ ମଧ୍ୟରେ ପୁରାଣ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ କାରୀ ଓହରି ଥିଲେ l ପରେ ଗାଡିମଟର ଚଳାଚଳରେ ସ୍ବାଭାବିକ ହୋଇଥିଲା, ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆହୁରି ଭୟାଭୟା ଭାବେ ରାସ୍ତା ଅବରୋଧ କରାଯିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଥିବା ଜଣାପଡିଛି। ଅନ୍ଯ ପକ୍ଷରେ ଏହାକୁ ଦୃଷ୍ଟିରେ ରଖି ବ୍ଳକ ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ହିଁ ଦେଖିବାକୁ ବାକି ରହିଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଜଣାପଡିଛି l