ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର
ପଳାଶପଙ୍ଗା-ବାମେବାରୀ ରାସ୍ତାର କଣ୍ଡରାପଶି ନିକଟରୁ ଏକ ବିରଳ ସରୀସୃପ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଉକ୍ତ ବହୁରୂପୀ ଏଣ୍ଡୁଅଟି ବୈଷ୍ଣବ ସାହି ନିକଟସ୍ଥ କ୍ଲବ୍ ଘର ନିକଟରେ ରାସ୍ତା ପାର ହେଉଥିବା ବେଳେ କଣ୍ଡରାପଶି ଢିପା ସାହିର ବିଜୟ କୁମାର ନାୟକ ନାମକ ଜଣେ ଯୁବକଙ୍କ ନଜରକୁ ଆସିଥିଲା ।
କୌଣସି ଗାଡି ମାଡି ଦେବାର ସମ୍ଭାବନା ଥିବାରୁ ବିଜୟ ଉକ୍ତ ବହୁରୂପୀକୁ ଜୀଅନ୍ତା ଉଦ୍ଧାର କରି ନିକଟସ୍ଥ ନିରାପଦ ସ୍ଥାନରେ ଛାଡ଼ିଦେଇଥିବା ଜଣାପଡ଼ିଛି । ତେବେ ଏହି ବିରଳ ପ୍ରଜାତିର ବହୁରୂପୀକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା ।