ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କ ଝିଅ ଇଶା ଅମ୍ବାନୀ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।
ଅମ୍ବାନୀ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଇଶା ଅମ୍ବାନୀ ରବିବାର ଯମଜ ସନ୍ତାନଙ୍କ ମାଆ ହୋଇଛନ୍ତି ଏବଂ ଦୁଇ ଶିଶୁ ସୁସ୍ଥ ଅଛନ୍ତି। ଉଭୟ ଶିଶୁଙ୍କ ନାମକରଣ ମଧ୍ୟ କରାଯାଇଛି। ଯମଜଙ୍କ ମଧ୍ୟରୁ କନ୍ୟା ସନ୍ତାନର ନାମ ଆଦିୟା ରଖାଯାଇଥିବା ବେଳେ ପୁତ୍ର ସନ୍ତାନର ନାଁ କୃଷ୍ଣା ରଖାଯାଇଛି।ଇଶା ୧୯ ନଭେମ୍ବର ୨୦୨୨ରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି।
ବିବୃତ୍ତିରେ କୁହାଯାଇଛି, ‘ଆମେ ସୂଚନା ଦେଇଉଥିବା ବେଳେ ଏତେ ଖୁସି ଯେ ଆମ ପିଲାମାନେ ଅର୍ଥାତ୍ ଇଶା ଏବଂ ଆନନ୍ଦଙ୍କୁ ୧୯ ନଭେମ୍ବର ଭଗବାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତରେ ଯାଆଁଳା ଶିଶୁ ଦେଇଛନ୍ତି। ଇଶା ଏବଂ ଉଭୟ ଶିଶୁ ଆଦିଆ ଏବଂ କୃଷ୍ଣ ଭଲ ତଥା ସୁସ୍ଥ ଅଛନ୍ତି।
ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ୨୦୧୪ଠାରୁ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲର ନିର୍ଦ୍ଦେଶକ ଅଛନ୍ତି। ୧୨ ଡିସେମ୍ବର ୨୦୧୮ରେ ଇଶା ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ।