ବିଶ୍ବ ଜଳାତଙ୍କ ଦିବସ-୨୦୨୫ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ I
ଥୁଆମୂଳ ରାମପୁର,୨୮/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ଛବିଳ ମାଝୀଙ୍କ ତତ୍ବାବଧାନରେ ବିଶ୍ବ ଜଳାତଙ୍କ (ରେଭିଜ୍) ଦିବସ ୨୦୨୫ ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସୁଧାଂଶୁ ପଣ୍ଡା,ଏ.ଭି.ଏସ ଶୁଭେନ୍ଦୁ ଆଚାର୍ଯ୍ୟ, ଏଲ.ଆଇ ପୂର୍ଣ୍ଣଚନ୍ଦ୍ର ଭୋଇ, ବିଶ୍ୱଜିତ୍ ମାଝୀ, ଦେବେନ୍ଦ୍ର ପୁଝାରୀ, ଭେକ୍ସିନେଟର ଏଲିନା ସିଂ, ଏଟେନେଣ୍ଟ ସଞ୍ଜୟ କଳସାଇ, ପ୍ରତାପ କିଶୋର ଯୁଆଡ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ଶିବିରରେ ଜଳାତଙ୍କ ରୋଗ ବିଷୟରେ ସବିଶେଷ ବିବରଣୀ ପର୍ଣ୍ଣନା କରିବା ସହିତ ତାହାର ରୋଗର ପ୍ରତିଷେଧକ ଓ ନିରାକରଣ ଉପରେ ଅବଗତ କରାଯାଇଥିଲା ।

ଏହା ଏକ ଯୁନୋଟିକ ରୋଗ ଯାହାକି ମନୁଷ୍ୟ ଏବଂ ପଶୁପକ୍ଷୀ ମଧ୍ୟରେ ସଂକ୍ରମଣ ହୋଇଥାଏ, ଯେହେତୁ ଏହି ରୋଗର କୌଣସି ସଫଳ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଥିପାଇଁ ବକ୍ତା ମାନେ ଏହାର ପ୍ରତିଷେଧକ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ ବୋଲି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ନାଏକ, ଶିକ୍ଷୟତ୍ରୀ ସାଗରିକା ନାଏକଙ୍କ ସମେତ ଗୋଷ୍ଠୀ ପ୍ରାଣୀ ଚିକିତ୍ସଲୟର ଅନନ୍ୟ ଅଧିକାରୀ ସହଯୋଗ କରିଥିଲେ