ବିଶ୍ଵକର୍ମା ପୂଜା ପାଇଁ ଗାଁ ଠୁଁ ସହର ଉତ୍ସବ ମୁଖର ।

ଥୁଆମୂଳ ରାମପୁର,୧୮/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ଶନିବାର ଦିନ ପବିତ୍ର କନ୍ୟା ସଂକ୍ରାନ୍ତି ଏକାଦଶୀ ତିଥିରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଧୁମ ଧାମ ରେ ପାଳିତ ହୋଇଥିଲା। ହିନ୍ଦୁ ଧର୍ମରେ ବିଶ୍ଵକର୍ମା ଙ୍କୁ ନିର୍ମାଣ ଓ ସୃଜନ ର ଦେବତା ଭାବେ ବିବେଚନା କରାଯାଇଥାଏ। ଏଣୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ନିର୍ମାଣ ସାମଗ୍ରୀ ପ୍ରସ୍ତୁତ ଅନୁଷ୍ଠାନ, ମୋଟର ଗ୍ୟାରେଜ, ସମେତ ଅନ୍ୟାନ୍ୟ ଦୋକାନ, ଅନୁଷ୍ଠାନ ଗୁଡ଼ିକରେ ପ୍ରଭୁ ବିଶ୍ଵକର୍ମା ଙ୍କ ମୃଣୟୀ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଥୁଆମୂଳ ରାମପୁର ସ୍ଥିତ ପୁରୁଣା ବିଦେଶୀ ମଦ ଦୋକାନ ପାଖରେ ମଧ୍ୟ ରାଜ ମିସ୍ତ୍ରୀ ସଂଘ ପକ୍ଷରୁ ମଧ୍ୟ ମହା ଆଡ଼ମ୍ବରରେ ରେ ପୂଜା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଗୋବିନ୍ଦ ନାଏକ, ଅଭିମନ୍ୟୁ ଖର୍ସେଲ, କୋଷାଧ୍ୟକ୍ଷ ଘାସିରାମ ନାଏକ ପ୍ରମୁଖ ପୂଜା ଆୟୋଜନ କରାଯାଇଥିବା ବେଳେ ପୂଜାରେ କର୍ତ୍ତା ଭାବରେ ଯୁବରାଜ ରାଉତ ବସି ସମସ୍ତ ପୂଜା ବିଧି ତୁଲାଇଥିଲେ l ସେଭଳି ଜଳ ଓ ପରିମଳ ବିଭାଗ (ଆର୍ ଡବ୍ଲୁ ଏସ ଏସ) କାର୍ଯ୍ୟାଳୟ ଥୁଆମୂଳ ରାମପୁର ଠାରେ ମଧ୍ୟ ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁ ଏବଂ ତାଙ୍କ କର କର୍ମଚାରୀ କାର୍ଯ୍ୟାଳୟ ପରିସରରେ ବିଶ୍ଵକର୍ମା ପୂଜା ଆୟୋଜନ କରିଥିଲେ , ତତ୍ସହା ଥୁଆ ମୂଳ ରାମପୁର ଟାଟା ପାୱାର କାର୍ଯ୍ୟାଳୟ ଠାରେ ମଧ୍ୟ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି l ପୂଜାରେ ପୂଜକ ଭାବରେ ଆଲୋକ ରଂଜନ ମୁଣ୍ଡ ଉପସ୍ଥିତ ରହି ସମସ୍ତ ପୂଜାର୍ଚ୍ଚନା କରିଥିବା ବେଳେ ଅନିରୋଧ ନାଏକ, ଡମ୍ବରୁଧର ମାଝି, ହଳଧର କବାଡି, ସାନ ମାଝୀ ପ୍ରମୁଖ ସହଯୋଗ