ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ

ପାଟଣା:୦୬.୦୧.୨୦୨୫ (ବିଜୟ କୁମାର ମହାନ୍ତ) ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ପୌରହିତ ଭୀମ ବାବା, ଧଳିଆ ବାବା ଙ୍କ ତତ୍ତ୍ୱାବଧାନରେ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସ୍ଥିତ ଖୁଣ୍ଟାପଡା ଗ୍ରାମ ମହିମା କମିଟି ତରଫରୁ ସତ୍ୟ ମହିମା ଆଶ୍ରମର ମଠାଧିଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି ଅଲେଖ ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ କୃଷ୍ଣପକ୍ଷ ତା ୦୬.୦୧.୨୦୨୬ ରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୦୮.୦୪.୨୦୨୬ ରିଖ ଗୁରୁବାର ପର୍ଯ୍ୟନ୍ତ ଚାଲିବ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଯିବ ଜଗତର ମଙ୍ଗଳାର୍ଥେ ପ୍ରଭୁଦ୍ଧଗୁରୁ ମହିମା ସ୍ୱାମୀ ଏହି ଘୋର କଳିକାଳରେ ସତ୍ୟ ସନାତନ ମହିମା ଧର୍ମ ସ୍ଥାପନ କଲେ । ଚଉଷଠି ସିଦ୍ଧ ,ଅନନ୍ତ କୋଟୀ ସାଧୁ ଓ ନିଷ୍ମାମି ଗହଣିଆ ଭକ୍ତ ବୃନ୍ଦ ତଥା ଧର୍ମତ୍ମା ନରନାରୀ ମାନଙ୍କୁ ଧରି ଜୀବଜଗତର ପାପ ,ତାପ ବିନାଶାର୍ଥେ ନିଷ୍ମାମ ଖେଳ ଲୀଳା ବ୍ରହ୍ମ ଧୂନି ସ୍ଥାପନ ଘୃତବତୀ ବ୍ରହ୍ମାପ୍ରର୍ଣ ପୂର୍ବକ ମହିମା ବାଲ୍ୟଲୀଳା ପ୍ରକାଶ କରିଅଛନ୍ତି । ମହିମା ସ୍ବାମୀଙ୍କ ପ୍ରଦର୍ଶିତ ପଥ ଅନୁସାରେ ସାଧୁମାନେ ଚାଲିବା ସହ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ୱଶାନ୍ତି ବ୍ରାହ୍ମଯଜ୍ଞ ମହିମା ମେଳାର ଆୟୋଜନ କରି ଆସୁଛନ୍ତି। ସେହି କ୍ରମରେ ପ୍ରତିବର୍ଷ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ର ଶୁଭ ଅବସରରେ ଖୁଣ୍ଟାପଡା ଗ୍ରାମରେ ମହିମା କମିଟି ତରଫରୁ ସାଧୁସନ୍ଥ , ମହାତ୍ମା, ସଜ୍ଜନ ବୃନ୍ଦ ବିଶ୍ୱବାସୀ ଭଗବତ ପ୍ରେମୀ ଶ୍ରୋତା,ବକ୍ତା, ଦାତା ଓ ଧର୍ମ ପିପାଷୁ ବୃନ୍ଦ ଙ୍କ ସହଯୋଗରେ ଏହି ମେଳା ଚାଲି ଆସୁଛି।ଚଳିତ ବର୍ଷ ଏହି ବ୍ରହ୍ମଯଜ୍ଞରେ ବ୍ରହ୍ମ ଅବଧୂତ ଭଗବାନ ଦାସଙ୍କ ସମେତ ମହିମା ଧର୍ମାବଲମ୍ବୀ ସିଦ୍ଧ,ସାଧୁ, ବୈରାଗୀ ଓ ଭକ୍ତବୃନ୍ଦ ଯୋଗଦେବେ। ଜାନୁଆରୀ ୬ ମଙ୍ଗବାର ଦିନ ସକାଳ ୫ ଘଣ୍ଟା କଳସ ଯାତ୍ରା, ସନ୍ଧ୍ୟା ୬ ଘଣ୍ଟା ବ୍ରହ୍ମଧୂନି ସ୍ଥାପନ ଓ ଯଜ୍ଞାରମ୍ଭ,ରାତ୍ର ୮.୩୦ ପ୍ରବଚନ, ଅହରାତ୍ର ନାମ ଭଜନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାପରେ ଜାନୁଆରୀ ୮ ଗୁରୁବାର ଦିନ ବ୍ରାହ୍ମ ମୁହୂର୍ତ୍ତରେ ମହାପ୍ରସାଦ ଅର୍ପଣ, ଦିବା ୮ଘଣ୍ଟା ଭଜନ ଓ ପ୍ରବଚନ ଅନୁଷ୍ଠିତ ହେବ। ଏହି ମେଳାର ଅନ୍ୟତମ ଆକର୍ଷଣ ଭାବେ ଛତିଶଗଡ଼ ଜିଲ୍ଲାର କଳାକାରମାନେ ରାତ୍ର ୮ଘଣ୍ଟାରୁ ଖଞ୍ଜଣୀ ବୈଠକି ପରିବେଷଣ କରିବେ। ଜାନୁଆରୀ ୮ ଗୁରୁବାର ସକାଳ ୮ଘଣ୍ଟା ପୂର୍ଣାହୁତି ସହ ୨୦୨୬ ମହିମା ମେଳା କାର୍ଯ୍ୟକ୍ରମର ସମାପନ ହେବ। ସତ୍ୟ ମହିମା ଆଶ୍ରମ ପରବାଙ୍ଗିର ମଠାଧୀଶ ସାଧୁ ପ୍ରଭାକର ଦାସ କାର୍ଯ୍ୟକ୍ରମର ସବିଶେଷ ସୂଚନା ଦେବାସହ ଏହି ଧାର୍ମିକ କାର୍ଯ୍ୟରେ ସମସ୍ତଙ୍କ ଉପସ୍ଥିତି କାମନା କରିଛନ୍ତି।