ବୁର୍ଜ ଖଲିଫାରେ ଦେଖିବାକୁ ମିଳିଲା ‘ଆନିମଲ୍‌’ର ଝଲକ

ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବରରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ମୁଭିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ଅନିଲ କପୁର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମ୍ପ୍ରତି ଫିଲ୍ମର ଷ୍ଟାର କାଷ୍ଟ ‘ଆନିମଲ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଇତି ମଧ୍ୟରେ ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା।

ଏହି ବିଶେଷ ମୁହୂର୍ତ୍ତ ପାଇଁ ରଣବୀର ଏବଂ ବବି ଦୁବାଇରେ ମଧ୍ୟ ପହଞ୍ଚିଥିଲେ।ରଣବୀର କପୁରଙ୍କୁ ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦାନା ଏବଂ ବବି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହା ବ୍ୟତୀତ ଅନିଲ କପୁର ଏବଂ ତୃପ୍ତି ଡିମ୍ରି ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ।ଯେତେବେଳେ ବିଶ୍ୱର ବୃହତ୍ତମ ଟାଓ୍ବାର ବୁର୍ଜ ଖଲିଫାରେ ଏହି ଟିଜର ପ୍ରଦର୍ଶିତ ହୋଇଥିଲା, ରଣବୀର ଏବଂ ବବି ଏହାକୁ ଆଶ୍ଚର୍ଯ୍ୟ ଭାବରେ ଦେଖୁଥିବାର ନଜର ଆସିଥିଲେ। ଏହି ସମୟରେ ରଣବୀର କପୁର ମଧ୍ୟ ତାଙ୍କ ଫୋନର କ୍ୟାମେରାରେ ଏହି ବିଶେଷ ମୁହୂର୍ତ୍ତକୁ କଏଦ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।