ବେଦାନ୍ତ ଆଲୁମିନା ଲିମିଟେଡ ଲାଞ୍ଜିଗଡ଼ ପକ୍ଷରୁ ଅର୍ଣ୍ଣ ଭୋଗ ବଣ୍ଟନ I
ଥୁଆମୂଳ ରାମପୁର, ୧୬/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପକ୍ଷରୁ ବୁଧବାର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଥୁଆମୂଳ ସ୍ଥିତ ମାଁ ମାଣିକେଶ୍ବରୀଙ୍କ ମୂଳ ପୀଠ ଯେଉଁଠାରେ କି ମାଁ ଙ୍କ ‘ ପାଦ’ ରହିଛି ସେହି ମନ୍ଦିରରେ ଅର୍ଣ୍ଣ ଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମାଁ ଙ୍କ ନିକଟରେ ପୂଜାର୍ଚ୍ଚନା ପୂର୍ବକ କମ୍ପାନୀର ମାନସିକ ଅନୁସାରେ ବେଦାନ୍ତର ସି.ଏସ.ଆର ର କର୍ମଚାରୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ଆଶୀର୍ବାଦ ଲାଭ କରିଥିଲେ l

ସେହିଭଳି ଗତ ୧୨ତାରିଖ ରେ ମଧ୍ୟ ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ଙ୍କ ଶକ୍ତି ପୀଠ ସମ୍ମୁଖ (ବାସଷ୍ଟାଣ୍ଡ) ଠାରେ ମଧ୍ୟ ପବିତ୍ର ଦଶହରା ‘ ବିଜୟ ଦଶମୀ ‘ ଅବସରରେ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ର ସୁ ବ୍ୟବସ୍ଥା କରି ଜଳ ଓ ଭୋଗର ବ୍ୟବସ୍ଥା କରିଥିଲେ l ଏହିଭଳି ମା ଙ୍କ ପ୍ରସାଦ ପାଇଁ ଭକ୍ତ ତଥା ଅଞ୍ଚଳ ବାସି ବହୁତ ଖୁସି ବ୍ୟକ୍ତ କରିଥିଲେ ଏହି ଅଞ୍ଚଳ ପାଇଁ ଏତେ ପରିମାଣ ରେ ମା ଙ୍କ ପ୍ରସାଦ ପାଇଁ ବେଶ ଆନନ୍ଦିତ ଅନୁଭବ କରିଥିବା ଜଣାପଡିଛି l ଏହି କାର୍ଯ୍ୟକ୍ରମକୁ ବେଦାନ୍ତ ଆଲୁମିନା ଲିମିଟେଡ ପକ୍ଷରୁ ଆୟୋଜନ କରିଥିବା ବେଳେ ଥୁଆମୂଳ ମାଁ ମାଣିକେଶ୍ବରୀ ଯୁବ ଅନୁଷ୍ଠାନ, ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ମନ୍ଦିର ନିର୍ମାଣ କମିଟି ଏବଂ ମାଁ ମାଣିକେଶ୍ବରୀ ପୂଜା କମିଟି ସହଯୋଗ କରିଥିଲେ l

ଏଥିରେ କମ୍ପାନୀ ରୁ ଶ୍ରୀକାନ୍ତ ବୋହିଦାର, ଶ୍ରୀମୁଖ ଅଗସ୍ତି, ଓଁକାର ଆଚାର୍ଯ୍ୟ, ସାରାଂଶ ଅଗ୍ନିହୋତ୍ରି, ସିମ୍ରନ୍ ସାହୁ, ପ୍ରବୀଣ ନାରାୟଣ ଦାସ, ବାସୁଦେବ ମାଝୀ, ଅଭିନୟ ପ୍ରତାପ, ବନ୍ତିରାଣୀ ପାଟଗିରି, ଅନନ୍ଦୁ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ତାଙ୍କ ହାତରେ ଅର୍ଣ୍ଣ ଭୋଗ ଓ ପାଣି ବଣ୍ଟନ କରିଥିଲେ l ଏବଂ ଆଗାମୀ ଦିନରେ ଉଭୟ ମନ୍ଦିର ର ଭିତ୍ତି ଭୂମି ଉପରେ କମିଟିର କର୍ମକର୍ତ୍ତା ଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ମନ୍ଦିରର ଉନ୍ନତି କ୍ଷେତ୍ରରେ ସହଯୋଗ ର ହାତ ବଢେ଼ଇବା କୁ ପ୍ରତିଶ୍ରୁତି ଦେଇଥିଲେ l ତେବେ ଏଭଳି ସେବା ମନଭାବକୁ ଦେଖି ବେଦାନ୍ତ ଆଲୁମିନା ଲିମିଟେଡ କୁ ଅଞ୍ଚଳବାସୀ ସାଧୁବାଦ୍ ଦେଉଥିବା ଦେଉ ଥିବା ବେଳେ ଦେଖିବାକୁ ବାକି ରହିଲା ଚଳିତ ବର୍ଷ ପାଇଁ ଏହି ବ୍ୟବସ୍ଥା ନା ପ୍ରତେକ ବର୍ଷ ଏହିଭଳି ଭୋଜନ ର ବ୍ୟବସ୍ଥା କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି।