ବୋରଭଟା ଗ୍ରାମରେ ମାଁ ମହାଲକ୍ଷ୍ମୀ ଦେବୀଙ୍କ ପୂଜନୋତ୍ସବମହା ସମାରୋହରେ ଉଦ୍ଘାଟିତ I

ଭବାନୀପାଟଣା/ଥୁଆମୂଳ ରାମପୁର,୦୬/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ସ୍ଥିତ ବୋରଭଟା ଗ୍ରାମରେ ମାଁ ମହାଲକ୍ଷ୍ମୀ ଦେବୀଙ୍କ ପୂଜନୋତ୍ସବ ଗୁରୁବାର ଠାରୁ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି l ବ୍ଲକ ର ଉକ୍ତ ଗ୍ରାମରେ ପ୍ରାୟ ଦୀର୍ଘ ୩୦ ବର୍ଷରୁ ପାରମ୍ପରିକ ରୀତିରେ ମାଁ ଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୋଇ ଆସୁଛି l ପୂଜା ର ଏହି ପ୍ରାରମ୍ଭିକ ଦିନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିବେକ ରଞ୍ଜନ ନାଗ ଆସି ଉପସ୍ଥିତ ରହିଥିବା ବେଳେ ବିଶିଷ୍ଟ ଓ ବରିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ଗହିର, ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାବୁଲି ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଅଂଶଗ୍ରହଣ କରି “କଂସ ଦରବାର” କୁ ଉଦଘାଟନ କରିଥିଲେ l ତେବେ ଗତ ୪ ନଭେମ୍ବର ଗୁରୁବାର ଠାରୁ ଆରମ୍ଭ ହୋଇ ୮ ନଭେମ୍ବର ମଙ୍ଗଳବାର ଦିନରେ ସମାପ୍ତ ହେବାକୁ ଥିବା ପୂଜନୋତ୍ସବରେ ବିଶେଷ ଆକର୍ଷଣ ଭାବେ ମୀନାବଜାର ଦର୍ଶକଙ୍କୁ ଆକୃଷ୍ଟ କରି ରଖିଛି, ଉଦ୍ଘାଟନୀ ସନ୍ଧ୍ୟାରେ କମିଟିର ସଦସ୍ୟ ହିମାଂଶୁ ଗହିର, ରୁବାଞ୍ଚ ଗହିର, ନବୀନ ମାଝୀ, ଦୁଷ୍ମନ୍ତ ମାଝୀ, ଜିତେନ୍ଦ୍ର ବାଗ, ହରେନ୍ଦ୍ର ଗହିର, ସରୋଜ ବାଗ, ସଞ୍ଜୟ ନାଗ ପ୍ରମୁଖ ଉପସ୍ଥିତ ରହି ନିକଟ ଅତୀତରେ ଅର୍ଥାତ୍ ତା.୨୪.୧୧.୨୦୨୫ରିଖ ଦିନରେ ଏହି ପୂଜା କମିଟିର ସକ୍ରିୟ ସଦସ୍ୟ ସ୍ବର୍ଗତ ଗୁଣନିଧି ବାଗ ଯିଏ କି ଏକାଧାରରେ ଶିକ୍ଷକ, ତବଲା ବାଦକ, ନର୍ତ୍ତକ, ସମାଜସେବୀଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରି ସ୍ମୃତିଚାରଣ କରି ଏକ ଅଶ୍ରୁଭରା ଶ୍ରଦ୍ଧାଞ୍ଜଳି ସଭା ପରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ହୃଦାନନ୍ଦ ବାଗ ମଞ୍ଚ ପରିଚାଳନା କରିଥିଲେ l