ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଟେରେନ୍ସ ଡେଭିସଙ୍କ ପରଲୋକ ଘଟିଛି।
ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଟେରେନ୍ସ ଡେଭିସଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଡିଷ୍ଟାନ୍ସ ଭଏସ୍, ଷ୍ଟିଲ୍ ଲାଇଭ୍ସ, ଦ ଡିପ୍ ବ୍ଲୁ ସି ଏବଂ ଦ ଲଙ୍ଗ ଡେ କ୍ଲୋଜ ଭଳି ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ।ତାଙ୍କର ଦେହାନ୍ତ ଖବର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରାଯାଇଥିଲା। ସେ ଅକ୍ଟୋବର ୭, ୨୦୨୩ରେ ସାମାନ୍ୟ ଅସୁସ୍ଥତା ପରେ ଘରେ ମୃତ୍ୟୁବରଣ କରିଥିଲେ।
ଟେରେନ୍ସ ଡେଭିସ୍ ଏକ ଇଂରାଜୀ ବନ୍ଦରଗାହ ସହରରେ ଏକ ବୃହତ ଶ୍ରମିକ ଶ୍ରେଣୀର ରୋମାନ୍ କ୍ୟାଥୋଲିକ୍ ପରିବାରରେ ବଢିଥିଲେ । ସେ କୋବେଣ୍ଟ୍ରି ସହରର ଏକ ଡ୍ରାମା ସ୍କୁଲ ପରେ ଜାତୀୟ ଚଳଚ୍ଚିତ୍ର ବିଦ୍ୟାଳୟରେ ପଢିବା ପୂର୍ବରୁ ଏକ ସିପିଂ ଅଫିସରେ କିରାଣୀ ଏବଂ ଏକ ଆକାଉଣ୍ଟାଣ୍ଟ ଫାର୍ମରେ ବୁକକିପର ଭାବରେ କାର୍ଯ୍ୟ କରିଥିଲେ।