ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ I
ଥୁଆମୂଳ ରାମପୁର,୨୭/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲାର ଲୁପ୍ତ ହେବାକୁ ବସିଥିବା ବିଭିନ୍ନ କଳା, ସଂସ୍କୃତି, ଐତିହ୍ୟ, ପାରମ୍ପରିକ ରୀତିନୀତି ଗୁଡିକ କୁ ପୁଣିଥରେ ଜୀବନ୍ତ କରି ଗଢି ତୋଳିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଭଳି ଆସନ୍ତା ୨୦୨୫ ମସିହାରେ କଳାହାଣ୍ଡି ଉତ୍ସବ‘ଘୁମୁରା ଅନୁଷ୍ଠିତ ହେବାକୁ ଯାଉଛିl ତେବେ ଏହାର ପ୍ରଚାର ପ୍ରସାର ଏବଂ କେମିତି ଉତ୍ସବ ଆୟୋଜନ କରାଯିବ ସେ ନେଇ ଶୁକ୍ରବାର ଥୁଆମୂଳ ରାମପୁର ସମିତି ସଭାଗୃହ ଠାରେ ବ୍ଲକ୍ ଅଧ୍ଯକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତା ଏବଂ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତ୍ଵତ୍ତ୍ଅବଧାନ ରେ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବିଜେପି ନେତା ବିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ରହି ବୈଠକରେ ଆଲୋଚନା କରାଯାଇଥିଲା ଯେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ହୋଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଆସନ୍ତା ଜାନୁଆରୀ ୭ ରୁ ୮ ତାରିଖ ଦୁଇ ଦିନ ଧରି ଥୁଆମୂଳ ରାମପୁର ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡିଆ ଠାରେ ଆୟୋଜନ ହେବାକୁ ଯାଉଛି ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା । ଏହାର ପରିଚାଳନା ପାଇଁ ବ୍ଲକ୍ ସ୍ତରୀୟ ଉତ୍ସବ ପାଳନ କମିଟି, ସବ୍ କମିଟି, ଅତିଥି ସମ୍ବର୍ଦ୍ଧନା କମିଟି, ମଶାଲ ଶୋଭାଯାତ୍ରା କମିଟି, ଖାଦ୍ୟ ବିଭାଗ କମିଟି, ସାଂସ୍କୃତିକ ନୃତ୍ୟ/ଦଳ ପରିଚାଳନା କମିଟି, ମଞ୍ଚ ସାଜସଜ୍ଜା କମିଟି, କ୍ରୀଡା କମିଟି, ଅର୍ଥ ବିଭାଗ ପରିଚାନ କମିଟି, ଏବଂ ମଞ୍ଚ ପରିଚାଳନା କମିଟି ଗଠନ କରି ସମାଜସେବୀ, ଆଇନ୍ ଜିବୀ, ସାମ୍ବାଦିକ, ବିଭିନ୍ନ ଏନଜିଓ, ବିଭିନ୍ନ ଯୁବନୁଷ୍ଠାନ, ବିଭିନ୍ନ ରାଜନୈତିକ ଦଳର ସଭାପତି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମହାବିଦ୍ୟାଳୟ ଅଧ୍ଯକ୍ଷ/ ଅଧ୍ୟାପକ ଙ୍କ ସମେତ ସମସ୍ତ ସରକାରୀ ବେସରକାରୀ ବିଭାଗର ଅଧିକାରୀ ମାନଙ୍କୁ ଆବଶ୍ୟକ ଅନୁସାରେ ପୁନଃର୍ବାର ଦାୟିତ୍ଵ ପ୍ରଦାନ କରାଯାଇଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ବିଷ୍ଣୁ ନାଏକ,ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ ଙ୍କ ସମେତ ବରିଷ୍ଟ ସାମ୍ବାଦିକ ବଳଭଦ୍ର ବାଗ, ସାମ୍ବାଦିକ ଦୁର୍ଗା କୀର୍ତ୍ତି, ସାମ୍ବାଦିକ ହିତେଶ ନାଏକ, ଅଙ୍ଗଦ ନାଏକଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ କର୍ମଚାରୀ ସମେତ୍ ଜନସାଧାରଣ ଏହି ବୈଠକରେ ଅଂଶଗ୍ରହଣ ଥିଲେ l କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ୍ ସୋରେନ ପରିଚାଳନା କରିଥିଲେ ବେଳେ ବ୍ଳକ ଅଧ୍ଯକ୍ଷ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।