ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ପ୍ରସ୍ତୁତି ବୈଠକ I

ଥୁଆମୂଳ ରାମପୁର,୧୮/୧୨-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାରର କୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ‘ଘୁମୁରା’l ଏଣୁ ଏହାର ପ୍ରଚାର ପ୍ରସାର ଏବଂ କେମିତି ଉତ୍ସବ ଆୟୋଜନ କରାଯିବା ସେନେଇ ବୁଧବାର ଥୁଆମୂଳ ରାମପୁର ସମିତି ସଭାଗୃହ ଠାରେ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ହେବ ସେ ବିଷୟରେ ଆଲୋଚନା କରାଯାଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଆସନ୍ତା ଜାନୁଆରୀ ୭ ରୁ ୮ ତାରିଖ ଦୁଇ ଦିନ ଧରି ଥୁଆମୂଳ ରାମପୁର ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଇଛି ଏହି ବ୍ଲକ୍ କଳାହାଣ୍ଡି ଉତ୍ସବ ଘୁମୁରା । ସେହିପରି ଚଳିତ ମାସ ୨୨ ଠାରୁ ଜାନୁଆରୀ ୪ ତାରିଖ ଭିତରେ ବ୍ଲକ୍ ର ୨୪ ଗୋଟି ଗ୍ରାମପଞ୍ଚାୟତ ମାନଙ୍କରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯିବ। ଏଥ‌ି ପାଇଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ବ୍ଲକ୍ ପ୍ରଶାସନ ଏବଂ ବ୍ଲକ୍ କଳା ସଂସ୍କୃତି ପରିଷଦ ପକ୍ଷରୁ ଅବଗତ କରାଯାଇଥିଲା l ଓ ଏହାର ପରିଚାଳନା ପାଇଁ ବ୍ଲକ୍ ସ୍ତରୀୟ ଉତ୍ସବ ପାଳନ କମିଟି, ସବ୍‌ କମିଟି, ଅତିଥି ସମ୍ବର୍ଦ୍ଧନା କମିଟି, ମଶାଲ ଶୋଭାଯାତ୍ରା କମିଟି, ଖାଦ୍ୟ ବିଭାଗ କମିଟି, ସାଂସ୍କୃତିକ ନୃତ୍ୟ/ଦଳ ପରିଚାଳନା କମିଟି, ମଞ୍ଚ ସାଜସଜ୍ଜା କମିଟି, କ୍ରୀଡା କମିଟି, ଅର୍ଥ ପରିଚାନ କମିଟି, ଏବଂ ମଞ୍ଚ ପରିଚାଳନା କମିଟି ଭଳି ବିଭିନ୍ନ କମିଟି ଗଠନ କରି ସମାଜସେବୀ, ଆଇନ୍ ଜିବୀ, ସାମ୍ବାଦିକ, ବିଭିନ୍ନ ଏନଜିଓ, ବିଭିନ୍ନ ଯୁବନୁଷ୍ଠାନ, ବିଭିନ୍ନ ରାଜନୈତିକ ଦଳର ସଭାପତି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ମହାବିଦ୍ୟାଳୟ ଅଧକ୍ଷ/ ଅଧ୍ୟାପକ ଙ୍କ ସମେତ ସମସ୍ତ ସରକାରୀ ବେସରକାରୀ ବିଭାଗର ଅଧିକାରୀ ମାନଙ୍କୁ ଆବଶ୍ୟକ ପୂର୍ବ ଦାୟିତ୍ଵ ବଣ୍ଟନ କରାଯାଇଛି l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ୍ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ, ବିଜେପି ନେତା ବଜ୍ରା ଭୋଇ,ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ ପଣ୍ଡା, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସମ୍ବିତ ବିଶ୍ଵାଳ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ୍ ସୋରେନ, ବରିଷ୍ଟ ସାମ୍ବାଦିକ ବଳଭଦ୍ର ବାଗ, ବରିଷ୍ଟ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି, ସାମ୍ବାଦିକ ବିରବଜରଙ୍ଗ ନାଏକ, ଅଙ୍ଗଦ ନାଏକ, ମକୁନ୍ଦ ନାଏକ, ରବି ସିଂ ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ କର୍ମଚାରୀ ଓ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ l