ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ I

 
ଥୁଆମୂଳ ରାମପୁର,୨୨/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ବ୍ଲକ ଅଧକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ତଥା ଅନ୍ତିମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, କଳାହାଣ୍ଡି ସାଂସଦଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ସ୍ଥାନୀୟ କଲେଜ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକ ଜୟକୃଷ୍ଣ ମେହେର, ବିଜେପି ଯୁବ ନେତା ବିଷ୍ଣୁ ନାଏକ, ବାଜ୍ରା ଭୋଇ, ବିଏସଏସଓ ସୁନାରାମ ସ୍ୱୋରେନ୍, ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ଯୁବ ଅନୁଷ୍ଠାନ, ସ୍ଥାନୀୟ କଳାକାର,ବିଭିନ୍ନ ରାଜନୀତିକ ଦଳର ସଦସ୍ୟ, ବୁଦ୍ଧିଜୀବୀ, ବିଭିନ୍ନ ଖବର କାଗଜର ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଅନେକ ଜନସାଧାରଣ ପ୍ରମୁଖ ଯୋଗଦେଇ ଉତ୍ସବ ପାଳନ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ପୁନର୍ବାର ବଣ୍ଟନ ସହ ଅନ୍ତିମ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଆଗାମୀ ଜାନୁଆରୀ ମାସ ୬ ଏବଂ ୭ ତାରିଖ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଳନ ପାଇଁ ସ୍ଥିର କରାଯାଇଛି l