ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଥୁଆମୂଳ ରାମପୁର,୧୯/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ଠାରେ ମଙ୍ଗଳବାର ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ କଳାହାଣ୍ଡି ଜିଲ୍ଲା ଆନୁକୂଲ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ଅଧ୍ଯକ୍ଷତାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ନିତୀସ୍ କୁମାର ଝା, ବିଏସସଓ ସୁନାରାମ ସୋରେନ୍ , ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପବିତ୍ର ନାଏକ, ଜିଲ୍ଲା ପରିଷଦ ସଭ୍ଯା ଟୁନି ଖୋସ୍ଲା, ବ୍ଳକ ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଭିନ୍ନକ୍ଷମର ପ୍ରତେକ ଭାଇ ଭଉଣୀଙ୍କ ପାଇଁ ସରକାର ଙ୍କ ତରଫରୁ ଯୋଗାଇ ଦେଉଥିବା ସହାୟତା ଓ ଭିନ୍ନକ୍ଷମ ବ୍ଯକ୍ତି ମାନଙ୍କ ଅଧିକାର ଅଧିନିୟମ ୨୦୧୬ ଅନ୍ତର୍ଗତ ୨୧ ପ୍ରକାର ନିଶକ୍ତତା ଏବଂ ଏହାକୁ ଚିହ୍ନିବା ଲକ୍ଷଣ ଉପରେ ଅଂଶଗ୍ରହଣ କରିଥିବା ସମସ୍ତ ଭିନ୍ନକ୍ଷମ ବ୍ଯକ୍ତି ମାନଙ୍କୁ ସମ୍ମାନିତ ଅତିଥି ଓ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିବା ବେଳେ ରାଜେନ୍ଦ୍ର ନାରାୟଣ ସିଂହ ମଞ୍ଚ ପରିଚାଳନା କରିଥିଲେ l ଏହି ଶିବିର ବିଭିନ୍ନ ପଞ୍ଚାୟତ ରୁ ସର୍ବମୋଟ ୧୬୨ ଜଣ ହିତାଧିକାରୀ ଅଂଶଗ୍ରହଣ କରିଥିଲେ ତନ୍ମଧ୍ୟରୁ
ଓର୍ଥପେଡିକ ୮୫ ଜଣ, ଦୃଷ୍ଟି ହିନତରେ ୧୩ ଜଣ, କମ୍ ଶୁଣିବାରେ ୩୨ ଜଣ, ମାନସିକ ଅସୁସ୍ଥତାରେ ୧୫ ଜଣ ଓ ଅନ୍ୟାନ୍ୟ ରେ ୧୭ ଙ୍କୁ ଡାକ୍ତରଙ୍କ ଦ୍ବାର ପରୀକ୍ଷା ନିରୀକ୍ଷା କରିଥିଲେ ବିଭିନ୍ନ ବିଭାଗର ଡାକ୍ତର ମାନେ ହେଲେ ଏସ୍ ପି ସରବନ ଅତିରିକ୍ତ ପ୍ରୋଫେସର ଅର୍ଥୋପେଡିସ ସ୍ପେଶାଲିଷ୍ଟ, ଡଃ ନିବେଦିତା ମହାରଣା ଅତିରିକ୍ତ ଫ୍ରୋଫେସ ଓପର୍ଥଲଜିମୋଗିଷ୍ଟ, ଡା ସିର୍ଦ୍ଧାର୍ଥ ଜେନା ଅତିରିକ୍ତ ଫ୍ରୋଫ୍ ଇଏନଟି ସ୍ପେଶାଲିଷ୍ଟ, ଡା ପ୍ରବୀଣ କୁମାର ସାହୁ ଅତିରିକ୍ତ ଫିଜିଷ୍ଟ୍ଳିକ, ନିବେଜିତା ସାହୁ ଟେଲେମେଡିସିନ ଟେକ୍ନୋଲୋଜି, ଅନୟାତ ମହମ୍ମଦ ପିଏସଡବ୍ଲୁ ଡିଏଚ ଏଚ ଭବାନୀପାଟଣା, ଆରିଧନା ବେହୁରା ଔଡିଓଲୋଜିଷ୍ଟ, ନିବାସ ଚନ୍ଦ୍ର ସାହୁ ଡିଡିଆରସି କଳାହାଣ୍ଡି, ଲକ୍ଷପତି ପୁଝାରୀ ପ୍ରୋଗ୍ରାମ ଆସିଷ୍ଟାନ ଡିଡିଆରସି, ବିଭୂଦ୍ଦତ ମିଶ୍ର ପ୍ରୋଗ୍ରାମ ଆସିଷ୍ଟାନ ଡିଡିଆରସି, ଅପୂର୍ବ ସତନାମୀ ପେନକମ୍ ଆଟେନଡେଣ୍ଟଡିଆରଡିଏ ଉପସ୍ଥିତ ରହିଥିଲେ। ଏବଂ ବସ ପାସ ରେ ୧୨ଜଣ, ରେଳ ପାସ୍ ରେ ୨୨ଜଣ, ପ୍ରମାଣ ପତ୍ର ରେ ୫ଜଣ , ଟ୍ରି ସାଇକେଲ ରେ ୫ଜଣ, ହୁଇଲ୍ ଚେୟାର ରେ ୭ ଜଣ ସହ ଅନ୍ୟାନ୍ୟ ୩ ଜଣ, ମଧୁବାବୁ ପେନସନ ଯୋଜନା ରେ ୪, ଜାତୀୟ ଛାତ୍ର ବୃତ୍ତି ରେ ୩ଜଣ, ବନିଶ୍ରୀ ଛାତ୍ର ବୃତ୍ତି ରେ ୭ ଜଣ ଙ୍କୁ ଉପସ୍ଥିତ ଅଧିକାରୀ ମାନେ ତାଙ୍କ କରକମାଳରେ ସମସ୍ତ ପ୍ରକାର ପ୍ରମାଣ ପତ୍ର ସହ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନ୍ଯାନ୍ଯ ସହଯୋଗୀ ମାନଙ୍କ ମଧ୍ୟରେ ତାପସ କୁମାର ସାହୁ, ଖିରସିନ୍ଧୁ ନାଏକ,ସାର୍ଥକ ରଞ୍ଜନ ମିଶ୍ର, ରଘୁମଣୀ ନାଏକ, ଅର୍ଥତ୍ରାଣ ନାଏକ,ବାରି ହରିଜନ,ହିମାଂଶୁ ନାଏକ, ଉଗ୍ରେସନେ ବାଗ ସହଯୋଗ କରିଥିଲେ।