ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୫ ମହାସମାରୋହରେ ସମ୍ପନ୍ନ l

ଥୁଆମୂଳ ରାମପୁର,୨୭/୧୦-(ଦୁର୍ଗା କୀର୍ତ୍ତି):- ସୋମବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୫ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣୀ ଜାନୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସାଧନା କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ତା ସ୍ବାଗତ ଭାଷଣ ଦେଇ ସମସ୍ତ ଅତିଥିଙ୍କୁ ପ୍ରଭୁ ଶ୍ରୀ ଗଜାନନଙ୍କ ପାଖରେ ପୁଷ୍ପ ମାଲ୍ୟ ଅର୍ପଣ କରି ପାଞ୍ଚ ଉଦ୍ଘାଟନ କରିଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ସୀତାକାନ୍ତ ରଣା ଅତିଥି ପରିଚୟ କରିଥିବା ଏହି ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଧ୍ରୃବ ଚରଣ ମୁଦୁଲି ଯୋଗଦେଇ ଥିବା ଉତ୍ସବରେ ସମ୍ମାନିତ ଅତିଥି ଭାବରେ ତହସିଲଦାର ନିରୋଜ କୁମାର ଭତ୍ରା, ଥାନା ଅଧିକାରୀ କୈବଲ୍ୟ ସେଠ୍ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ଯକ୍ଷ ସତ୍ଯ ନାରାୟଣ ମୁଣ୍ତଛିନା ଯୋଗଦେଇ “ଲୋକ ମହୋତ୍ସବ ସୁରଭି ୨୦୨୫”କୁ ତାଙ୍କ ଅଭିଭାଷଣରେ ସରସ ସୁନ୍ଦର କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଳକର ୧୪ ଗୋଟି କ୍ଲଷ୍ଟର ର ପ୍ରଥମ, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ୨୮ ଗୋଟି ବିଭିନ୍ନ ବିଭାଗ ର ପ୍ରତିଯୋଗୀ ତଥା ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ତାଙ୍କ ସଂଗୀତ, ବକୃତା, ନୃତ୍ୟରେ ଉକ୍ତ ମଞ୍ଚ ତଥା ସମଗ୍ର ଅଞ୍ଚଳ ଦୁଲୁକି ଉଠିଥିଲା। ଏଥିରେ ଚିତ୍ରାଙ୍କନ, ପି.ଏମ ପୋଷଣ ଆର୍ଟ, ପି.ଏମ ପୋଷଣ କ୍ରାପ୍ଫ୍ଟ, କୁଇଜ୍, ପ୍ରବନ୍ଧ ଆଦି ପ୍ରତିଯୋଗିତାରେ କୃର୍ତ୍ତିତ୍ଯ ହାସଳ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚକୁ ଅଧ୍ଯାପିକା ସଙ୍ଗୀତା ଧରୁଆ, ଅଧ୍ଯାପକ ବବୃବାହନ ବୁଦ୍ଧିଆ, ଶିକ୍ଷକ ଯଦୁମଣି ନାଏକ, ଶିକ୍ଷକ ହରିନାରାୟଣ ବାଗ ପ୍ରମୁଖ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ହେମନ୍ତ ପଣ୍ତା ଧନ୍ୟବାଦ୍ ଅର୍ପଣ କରି ଶିଶୁ ମହୋତ୍ସବ ସୁରଭି ୨୦୨୫ କୁ ସାଙ୍ଗ କରିଥିଲେ l