ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୧୦ ଡଲାର | ବଢିବ କି ପେଟ୍ରୋଲ ଓ ଡିଜେଲ ଦାମ ?
ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଅନ୍ତରାଷ୍ଟ୍ରୀୟ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡିଛି |ଅଶୋଧିତ ତୈଳ ଦର ୧୧୦ ଡଲାର ଟପିଛି । ତେବେ ଭାରତରେ ଗୁରୁବାର ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ଜାରି କରିଛନ୍ତି । ତେବେ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଅହେତୁକ ବଢିଥିବା ବେଳେ ବି ଘରୋଇ ବଜାରରେ ଦାମ୍ ସ୍ଥିର ରହିଛି ।
ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୮୬.୬୭ ରହିଛି ।ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୪.୧୪ ଟଙ୍କା । କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିଲା ବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିଲା ବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି । ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି ।