ଭାରତୀୟ କ୍ରିକେଟ୍‌ ତାରକା କେ.ଏଲ୍‌. ରାହୁଲ ଓ ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ବିବାହ 

ଭାରତୀୟ କ୍ରିକେଟ୍‌ ତାରକା କେ.ଏଲ୍‌. ରାହୁଲ ଓ ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ବିବାହ ସୋମବାର ଲଠାରେ ସମ୍ପନ୍ନ ହୋଇଛି । ମୁମ୍ବଇର ଖଣ୍ଡାଲାରେ ଥିବା ଆଥିୟାଙ୍କ ପିତା ତଥା ବଲିଉଡ୍‌ ତାରକା ସୁନୀଲ ସେଟ୍ଟିଙ୍କ ଭବ୍ୟ ବଙ୍ଗଳା​ ‘​‌ସେଟ୍ଟି ହୋମ୍‌‌’ରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବହୁତ କମ୍ ଲୋକଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ଏପରିକି ଅତିଥିଙ୍କୁ ମୋବାଇଲ୍‌ ଫୋନ୍‌ ଜରିଆରେ ଫଟୋ ଉଠାଇବା ବାରଣ କରା ଯାଇଥିଲା। ପରେ ଆଥିୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ବରକନ୍ୟା ବେଶରେ ରାହୁଲ ଓ ତାଙ୍କ ଫଟୋ ଛାଡ଼ିଥିଲେ।

୨୦୧୯ରୁ ରାହୁଲ ଓ ଆଥିୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ପରିବାର କର୍ଣ୍ଣାଟକର ମୂଳବାସିନ୍ଦା। ବିବାହ ପାଇଁ ରାହୁଲ ଚଳିତ ନ୍ୟୁଜିଲାଣ୍ଡ ଶୃଙ୍ଖଳାରୁ ଛୁଟି ନେଇଥିଲେ। ଶନିବାର ଓ ରବିବାର ଦୁଇଦିନ ଧରି ସେଟ୍ଟି ହୋମ୍‌ରେ ବିବାହ ପୂର୍ବର ଉତ୍ସବ; ଯେପରି ମେହ୍‌ନ୍ଦି, ସଂଗୀତ ଆଦି ଆୟୋଜନ ହୋଇଥିଲା।