ଭିଜିଲାନ୍ସ ଜାଲରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର (ମେଲ ସୁପର ଭାଇଜର) ଭାଇଟାଲ ଷ୍ଟାର୍ଟସ୍ଟିକ କ୍ଲର୍କ।
ଥୁଆ ମୂଳ ରାମପୁର,୦୨/୦୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର (ଭାଇଟାଲ ଷ୍ଟାର୍ଟସ୍ଟିକ କ୍ଲର୍କ ଭାବେ ଦାୟିତ୍ୱରେ ଥିବା ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ସନ୍ଧ୍ୟା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି l ମିଳିଥିବା ସୂଚନା ଅନୁସାରେ ନିକେଶଜୋର ଗ୍ରାମର ବବ୍ଲୁ ନାଏକ, ଅର୍ଜୁନ ନାଏକ, ଘାସିରାମ ନାଏକ ଏ ତିନି ଜଣଙ୍କ ଠାରୁ ଜନ୍ମ ପ୍ରମାଣ ପତ୍ର କରେଇ ଦେବା ପାଇଁ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପରେ ଏହି ତିନିଜଣ ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ l ଅଭିଯୋଗ କ୍ରମେ ଆଗରୁ ବିଛାଇ ଥିଲା ଜାଲରେ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ପଡ଼ି ରଙ୍ଗ ବୋଲା ଟଙ୍କା ସହ ତାଙ୍କ ଫୋନ ପେ ରେ ଅନେକ ଅଭିଭାବକଙ୍କ ଠାରୁ ବେଆଇନ୍ ରେ ଟଙ୍କା ନେଇଥିବା ପ୍ରମାଣ ପାଇଁ ତାଙ୍କୁ କାବୁ କରିଥିଲେ l

ଏଠାରେ ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ବିଭାଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ି ବର୍ତ୍ତମାନ୍ ସେ ଆଇନ୍ ଅନୁଯାୟୀ ଦଣ୍ଟିତ ହୋଇଥିବା ବେଳେ ମହାରଣାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା l ଅଧିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ନିରୀହ ଲୋକଙ୍କ ଠାରୁ ଏମିତି ଅଫିସର୍ ବାବୁ ମାନେ ସରକାରୀ କାମ ଯାହାକି ସମ୍ପୂର୍ଣ୍ଣ ମାଗଣା କରିବା କଥା ହେଲେ ଲୁଟିବାରେ ଲାଗିଛନ୍ତି l ଏମିତି କି ଏହି ଲାଞ୍ଚୁଆ ଅଧିକାରୀଙ୍କୁ କୌଣସି ବଡ଼ ଭି.ଭି.ଆଇ.ପି ଙ୍କୁ ଜଗିଲା ଭଳି ଘଣ୍ଟା ଘଣ୍ଟା ଜଗିବାକୁ ପଡେ l ବାବୁ ଜଣକ ସପ୍ତାହକୁ ଦ୍ୱି ଦିନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଆସି ତରବରିଆ କାମ କରି ପଲାଇଥାନ୍ତି l ଥୁଆମୂଳ ରାମପୁର ବ୍ଲକ୍ ର ଭୌଗଳିକ ସ୍ଥିତି ପାଖାପାଖି ୧୫୦ କି.ମି ରୁ ୨୦୦ କି.ମି ଥିବାରୁ ଅନେକ ଲୋକ ତାଙ୍କ ଛୁଆଙ୍କ ପ୍ରମାଣ ପତ୍ର କିମ୍ବା ମୃତକଙ୍କ ପରିବାର ମୃତ୍ୟୁ ପ୍ରମାଣ ପତ୍ର କରାଇବା ପାଇଁ ଆସିଥାନ୍ତି ହେଲେ ଅଧିକାଂଶ ସମୟ ସେମାନଙ୍କ କାମ ନ ହୋଇପାରିଲେ ବୋହୁତ ହରିୟାଣ ହରକତ ହୋଇ ଘରକୁ ଫେରି ଥାଆନ୍ତି l ଚଡାଉ ସମୟରେ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ଡ଼ିଏସପି ପ୍ରଦୀପ କୁମାର ଅୟଂଦଙ୍କ ନେତୃତ୍ୱ ଏକ ଟିମ୍ ସାମିଲ ଥିଲେ ସେଥିରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏ ଏସ ଆଇ ସଞ୍ଜୟ ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।