ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲା ମୁଖ୍ୟ କାରାଗାର ଅଧୀକ୍ଷକ 

କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି।ଶୁକ୍ରବାର ଭୁବନେଶ୍ୱରରୁ ଏକ ଟିମ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଏହି ଚଢ଼ାଉ କରିଛି । କେନ୍ଦୁଝର ଅଫିସ୍, ବାସଭବନ,ଭଦ୍ରକ ପୈତୃକ ଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାର ନିଜ ଘର ମିଶି ମୋଟ୍‌ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଟିମ୍ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି । ଯାଞ୍ଚ ପରେ ମୋଟ୍‌ ସମ୍ପତ୍ତି ଜଣାପଡ଼ିବ ବୋଲି ସ୍ଥାନୀୟ ୟୁନିଟ୍‌ ଡିଏସ୍‌ପି ସୁଧାଂଶୁ ପୂଜାରୀ କହିଛନ୍ତି।