ଭୀମସାର ବୁର୍ଲା ର ପରିଚିତ ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନି ବଡପଣ । ୧ ଟଙ୍କା ରେ ଡାକ୍ତରୀ ସେବା ଦେଉଛନ୍ତି
ଜଣେ ଭିକ୍ଷାବୃତ୍ତି କରି ଚଳୁଥିବା ମହିଳାଙ୍କ ଗୋଡ଼ରେ ହୋଇଥିବା ଦୀର୍ଘଦିନର ଘା ର ମାଗଣା ଚିକିତ୍ସା କରିବା ସଙ୍ଗେ ସଙ୍ଗେ, ନିଜ ଗାଡିରେ ବସାଇ ତାଙ୍କୁ ଘରେ ଛାଡ଼ି ଆସିଲେ ଭୀମସାର ବୁର୍ଲା ର ପରିଚିତ ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନି ।।
ଜୀବନର ସବୁ ସମୟରେ ନିଜକୁ ସମାଜ ସେବା ପ୍ରତି ସମର୍ପିତ କରିଥିବା ଏହି ଯୁବ ଡାକ୍ତର ନିଜର ଏକ ଟଙ୍କିଆ କ୍ଲିନିକ୍ ପାଇଁ ସାରା ବିଶ୍ଵଦରବାର ରେ ଚର୍ଚ୍ଚିତ ହୋଇସାରିଛନ୍ତି ।
ଡାକ୍ତର ଶଙ୍କର ରାମଚନ୍ଦାନିଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରିବାକୁ ଓଡ଼ିଶାବାସୀ ଦାବି କରୁଛନ୍ତି। ନିଶ୍ଚିନ୍ତ ରୂପେ ଭଲ ଲୋକଙ୍କୁ ଯେତେ ସମ୍ମାନ ଦେଲେ ବି ତାହା କମ୍। ଏହିଭଳି ଲୋକଙ୍କ ପାଇଁ ଆଜି ସମାଜ ରେ ଶୁଖ ଓ ଶାନ୍ତି ରହିଛି।