ଭୁବନେଶ୍ୱରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର

ଭୁବନେଶ୍ୱରରେ ପହଞ୍ଚିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ମରଶରୀର। ସେଠାରୁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌କୁ ନିଆଯିବ।ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ପିଣ୍ଟି ନନ୍ଦଙ୍କର ଗତକାଲି ରାତି ୧୧ଟା ୨୫ ମିନିଟ୍‌ରେ ପରଲୋକ ହୋଇଥିଲା।

ମୃତ୍ୟୁ ପରେ ହସ୍‌ପିଟାଲ୍‌ରେ ସବୁ କାଗଜପତ୍ର କାମ ସାରି ପିଣ୍ଟୁଙ୍କ ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମରଶୀରର ପହଞ୍ଚିଥିଲା। ପିଣ୍ଟୁଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦର ବାହାରେ ବହୁ ସଂଖ୍ୟାରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଅପେକ୍ଷା କରି ରହିଥିଲେ। ପରିବେଶ ଶୋକାକୁଳ ହୋଇ ଯାଇଥିଲା।