ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜମୁଦାର
ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ । ଗୁରୁତର ଅବସ୍ଥାରେ ଏମସ ଭେଣ୍ଟିଲେଟରରେ ଥିଲେ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିଜିତ । କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର । ଅଭିଜିତଙ୍କର ମସ୍ତିଷ୍କ ଏବେ ବି କାମ କରୁନାହିଁ । ୪ ସେପ୍ଟେମ୍ବରରୁ ଭୁବନେଶ୍ୱରର ଏମ୍ସରେ ସେ ଭର୍ତି ହୋଇଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ବିଗୁଡିଛି । ଯାହାକୁ ନେଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ ପଡୁଛି । ତାଙ୍କର ଅବସ୍ଥା ଟିକେ ସୁଧାର ଆସିଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିବା ଖବର ଆସୁଛି । ସୂଚନାମୁତାବକ ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର ଏକାଧିକ ରୋଗଗ୍ରସ୍ତ ହୋଇ ଅଗଷ୍ଟ ୨୭ ତାରିଖରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସେଠାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୪ ତାରିଖରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ ଯାଞ୍ଚ ପରେ ସେ ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନିତ ରୋଗ, ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ, ରକ୍ତରେ ସଂକ୍ରମଣ ଓ ପୁରୁଣା କିଡନୀ ରୋଗ ସହ ଭିଟାମିନ ‘ଡି’ ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ୱର ଅଭାବ ରହିଥିବା ଜଣାପଡ଼ିଥିଲା। ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡିକାଲ ଆଇସିୟୁରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା। ୧୧ ତାରିଖରେ ପୁଣି ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ପୁଣି ଥରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା