ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେଙ୍କ ଆତ୍ମହତ୍ୟା
ଭୋଜପୁରୀ ସିନେଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାରାଣସୀ ସ୍ଥିତ ସାରନାଥ ଥାନା ନିକଟସ୍ଥ ସୋମେନ୍ଦ୍ର ହୋଟେଲରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।
ଭଦୋହି ନିବାସୀ ଆଙ୍କାକ୍ଷା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଥିଲେ। ସେ ବୀରୋଁ କେ ବୀର, କସାମ ପୈଦା କରେନେ ଓ୍ବାଲେ କି-୨ ପରି ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଥିଲେ। ଏହିପରି ତାଙ୍କର ହଠାତ ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କାହିଁକି ଏତେ ବଡ ପଦକ୍ଷେପ ନେଲେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।୨୦୧୯ରେ ଭୋକପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଙ୍କାକ୍ଷା ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ମେରୀ ଜଙ୍ଗ ମେରା ଫ ଫୈସଲା।