ମଣ୍ଡିଆ କ୍ଷେତ୍ର ପରିଦର୍ଶନ କଲେ କୃଷି ଉଦ୍ୟାନ ବିଭାଗ ନିର୍ଦେଶକ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ l

ଥୁଆମୂଳ ରାମପୁର,୦୭/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଓ ବାଗଡିଆଣୀ ଗ୍ରାମପଞ୍ଚାୟତ ର ବାଲିସରା ଏବଂ କମରାଘାଟ ଗ୍ରାମ ସ୍ଥିତ ମଣ୍ଡିଆ କ୍ଷେତ୍ର ରବିବାର ପରିଦର୍ଶନ କରିଛନ୍ତି କୃଷି ଉଦ୍ୟାନ ବିଭାଗ ନିର୍ଦେଶକ ( ଆଇ.ଏଫ୍.ଏସ୍, ଡିରେକ୍ଟର ଓଫ ହର୍ଟିକଲଚର, ଓଡିଶା ଏବଂ କଳାହାଣ୍ଡି ନୋଡାଲ ଅଫିସର କାଲୁଙ୍ଗା ଗୋରକ ୱାମାନ। ସେ ଏଫ.ଏ. ଦି-ହ୍ୟୁମାନ୍ ଡେଭଲପମେଣ୍ଟ ଏବଂ କାର୍ଯ୍ୟକାରୀ ସଂସ୍ଥା ଥୁଆମୂଳ ରାମପୁର ଫାର୍ମର ପ୍ରୋଡ୍ୟୁସର କୋମ୍ପାନି ଲିମିଟେଡ ସହାୟତାରେ ପରିଚାଳିତ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ତରଫରୁ ଚାଷ କରୁଥିବା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଓ ବାଗଡିଆଣୀ ଗ୍ରାମପଞ୍ଚାୟତ ର ମଣ୍ଡିଆ ଚାଷୀ ଗୋପୀ ନାଏକ ଏବଂ ମାଁ ସରସ୍ଵତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଣ୍ଡିଆ ଚାଷ ହେଉଥିବା ସ୍ଥାନ ପରିଦର୍ଶନ କରି ଚାଷୀ ଓ ଚାଷ ସମ୍ପର୍କରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ର ମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଆଗାମୀଦିନରେ ରେ ସୌର ଚାଳିତ ପ୍ରୋଟେକ୍ଟିବ ଇରିଗେଶନ ସ୍ଥାପନ କରିବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶୁଭେନ୍ଦୁ କର, ଏଡ଼ିଓ, ଭବାନୀପାଟନା , ସ୍କୀମ ଅଫିସର , ପିଡ଼ି – ଜଳବିଭାଜିକା ତଥା ଜଳାଗମ ଅଞ୍ଚଳ କଳାହାଣ୍ଡି, ଗୋଷ୍ଠୀ କୃଷି ଅଧିକାରୀ ରୋହିତ ରାଜ ସିଂ , ଜିଲ୍ଲା ସଞ୍ଜଯୋକ ଅକ୍ଷୟ ପାତ୍ର, ବ୍ଲକ କୋଡିନେଟର ସଞ୍ଜୟ କୁମାର ମାଝି ଏବଂ ଅନ୍ୟାନ୍ୟ ଅଧିକାରୀ ସମସ୍ତେ ଉପସ୍ଥିତ ଥିଲେ । ଦି-ହ୍ୟୁମାନ୍ ଡେଭଲପମେଣ୍ଟ ସଂସ୍ଥା ର ସଞ୍ଜୟ କୁମାର ମାଝି ଏବଂ ଜଗଦିଶ୍ୱର୍ ନାଏକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସିଆରପି ଲବ ଗଉଡ ଏବଂ ବିଚିନ୍ଦ୍ର ମାଝି ସହଯୋଗ କରିଥିଲେ ।