ମଣ୍ଡି ରେ ଚାଲିଛି ଧାନକ୍ରୟ ଅଧିକାରୀଙ୍କ ରାଜ୍ ,ଚାଷୀ ବିରୋଧ କଲେ ମିଳୁଛି ଧମକ
ମଣ୍ଡି ରେ କାମ ଦେଲା ନାହିଁ ସରକାରୀ ନିୟମ । 5KG ରୁ 7KG କଟନି ଛଟନି ରେ ଉଠୁଛି ଧାନ। ନଭେମ୍ବର ୨୯ ରୁ କଳାହାଣ୍ଡି ଜିଲ୍ଲା ରେ ଖରିଫ ଧାନ କିଣା ଚାଲିଛି, ଆରମ୍ଭରୁ ବିନା କଟନି ଛଟନି ରେ ଧାନ କିଣା ଯିବ ବୋଲି ସରକାର ଘୋଷଣା କରିଥିଲେ ଶତ । ଏକଥା ଶୁଣି ଖୁସି ହେଇଥିଲେ ଚାଷୀ । କିନ୍ତୁ ସରକାର ଙ୍କ ଘୋଷଣା ର ଓଲଟା ପ୍ରତିଫଳନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମବାୟ ଅଧୀନରେ ଥିବା ପ୍ରତାପପୁର ମଣ୍ଡି ରେ । ଧାନବସ୍ତା ଓଜନ ଅନୁସାରେ କଟନି ଛଟନି କରାଯାଉଛି, କୁଇଣ୍ଟାଲ୍ ପ୍ରତି ପାଞ୍ଚ ରୁ ସାତ KG ଧାନ କଟନି ଛଟନି କରାଯାଉଥିବା ଅଭିଯୋଗ ହୋଇଛି ।
ପ୍ରତାପପୁର ମଣ୍ଡି ରେ ଜୟପାଟଣା ସମବାୟ ସମିତି ତରଫରୁ ଧାନ କିଣା ଯାଉଛି । F A Q ଆଳରେ କୁଇଣ୍ଟାଲ୍ ପ୍ରତି ପାଞ୍ଚ ରୁ ସାତ କେଜି ଓ ବସ୍ତା ପିଛା ପ୍ରାୟ 1KG କାଟିବା ପାଇଁ ବାଧ୍ୟ କରାଯାଉଛି । ସେପଟେ ସବୁକିଛି ଚାଷୀ ଆଉ ମିଲରସ୍ ଏଜେଣ୍ଟ ଙ୍କ ବୁଝାମୋଣା ରେ ଚାଲିଥିବା କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ।
କାଗଜ ପତ୍ର ରେ FAQ ଧାନ କିଣା ହଉଛି ଶତ , କିନ୍ତୁ ଚାଷୀ ଙ୍କ ଠାରୁ କ୍ୟୁଣ୍ଟାଲ ପ୍ରତି ପାଞ୍ଚ ରୁ ସାତ କେଜି କାଟିବା ନିଜେ ଚାଷୀ କ୍ୟାମେରା ଆଗରେ କଏଦ ହେଇଛି , ଅନ୍ୟପଟେ ଚାଷୀ ଯଦି ମଣ୍ଡି ରେ ଧାନ କଟନି ଛଟନି କୁ ନେଇ ଅଭିଯୋଗ କଲେ ଧମକ ଦେଇ ମୁଁହ ବନ୍ଦ କରିବା ଦେଖିବାକୁ ମିଳିଛି। ଏଭଳି ଗୁଣ୍ଡାଗିରି ସଜେଇ ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ମାନେ ଚାଷୀ ଙ୍କ ଉପରେ ଅତ୍ୟାଚାର କରି କଟନି ଛଟନି ଧାନରୁ ମାଲା ମାଲ୍ ହଉଛନ୍ତି । News Sewa Live ରୁ ଖବର ପ୍ରସାରଣ ପରେ ସରକାର ଓ ଉପର ଅଧିକାରି ପ୍ରଶାସନ ପକ୍ଷରୁ କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।