ମଦୁଆ ଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର l
ଥୁଆମୂଳ ରାମପୁର,୩୧/୦୮-(ଦୁର୍ଗା କୀର୍ତ୍ତ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ ସ୍ୱୟଂ ମେଡିକାଲ ର କର୍ମଚାରୀ ମାନେ ବେଧଡକ ଡିଉଟି ସମୟରେ ମଧ୍ୟ ମଦ ପି ମସଗୁଲ ହୋଇ ରହୁଥିବା ପ୍ରତିଦିନ ଦେଖିବାକୁ ମିଳୁଛି ହେଲେ କର୍ତ୍ତୃପକ୍ଷ ଙ୍କ ନିଘା ନାହିଁ କି ତାଗିଦ ନାହିଁ ଉଲଟା ଗଣମାଧ୍ୟମ ପ୍ରତିନିଧି ଉପରେ ଚିଡୁଛନ୍ତି. ବର୍ଷ କୁ ବର୍ଷ କାୟାକଳ୍ପ ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ କୁଆରୀ କନ୍ୟା ପରି ସଜାଧଜା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ହେଲେ କୁଡ଼ କୁଡ଼ ଅଳିଆ ଆବର୍ଜନା ସହ ନୂଆନୂଆ ବ୍ରାଣ୍ଡ ର ମଦ ବୋତଲ ପରିସରରେ ପଡ଼ି ରହିଛି l ଏହା ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଭିତରକୁ ନିଜେ କର୍ମଚାରୀ ଙ୍କ ଖୁଲୁମଖୁଲା ମଦ ପିଇବା ସେ ହେଲଥ ୱାର୍କର କିମ୍ବା ଟେକ୍ଷନିସିଆନ ପିଅନ, କ୍ଲର୍କ, ଏମିତି କି ନିଜେ ଡାକ୍ତର ଙ୍କ ଘର ସାମ୍ନା ରେ ପଡି ରହିଛି ମଦ ବୋତଲ ର ପସରା,ହେଲେ। ବର୍ତ୍ତମାନ୍ ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏକ ୱିନ୍ ଶପ୍ ପାଲଟିଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି l ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା କର୍ମଚାରୀଙ୍କ କୁଆଟର ଠାରୁ ଆରମ୍ଭ କରି ମେଡିକାଲ ପରିସରର ବିଭିନ୍ନ ସ୍ଥାନରେ ପଡ଼ିରହିଛି ଏମିତି ମଦ ବୋଟଳ ସାଙ୍ଗକୁ ପରିବେଶ କୁ ଦୂଷିତ କରୁଥିବା ଅଳିଆ ଆବର୍ଜନା l
ଦୂର୍ଗନ୍ଧରେ ଫାଟି ପଡୁଛି ଡାକ୍ତର ଖାନା ପରିସର, ଏନେଇ ଆମ ପ୍ରତିନିଧି ମେଡିକାଲ ଇଞ୍ଚାର୍ଜ୍ ନୀତିଶ କୁମାର ଝା ଙ୍କୁ ଅବଗତି ନିମନ୍ତେ ଜନାଇବାରୁ ସେ ଆମ ପ୍ରତିନିଧିଙ୍କ ଉପରେ ରାଗି ଯାଇଥିଲେ ଓ ନାଲି ଆଖି ଦେଖେଇ ଥିଲେ କିଏ କୁଆଡେ ମଦ ପିଇଲା କିମ୍ବା ବୋତଲ ଭିଙ୍ଗିଲ ମୁ କିଛି ଜାଣି ନାହିଁ l ଏଠି ସିଧାସଳଖ ଅନୁମାନ କରାଯାଉଛି ମେଡିକାଲ ରେ କାର୍ଯ୍ୟରତ କର୍ମଚାରୀ ଖାଲି ମଦ ପିଇ ରହୁଛନ୍ତି ତାଙ୍କ କର୍ମ ସଠିକ୍ ଭାବରେ କରୁନାହାନ୍ତି l
ଏହି ବ୍ଲକ୍ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ , ସ୍ୱାସ୍ଥ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ ବିଭାଗ ହେଲେ କର୍ମଚାରୀ ଙ୍କ ଏହିପରି ବ୍ୟବହାରକୁ ସହଜରେ ଅନୁମାନ କରାଯାଏ ଯେ ଏଠାରେ ଚିକିତ୍ସା କେମିତି ଚାଲିଥିବ. ରାତ୍ର ସମୟରେ ଏମାର୍ଜେନ୍ସି ରୋଗୀ ଆସିଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡି ଥାଏ ତାକ୍ତର କିମ୍ବା କୌଣସି କର୍ମଚାରୀ ର ଦେଖା ଦର୍ଶନ ମିଳେ ନାହିଁ କୁଆଟର ଯାଇ କବାଡ଼ ବଢେଇବା କୁ ପଡିଥାଏ , ସରକାର ଲୋକଙ୍କ ସେବା କରିବା ପାଇଁ ନିଯୁକ୍ତି ଦେଇଛନ୍ତି ।ହେଲେ ଏମାନେ କେମିତି ଅସାମାଜିକ ଲୋକଙ୍କ ପରି କାମ କରୁଛନ୍ତି ତାହା ଅତି ଦୁର୍ଭାଗ୍ୟ ର ବିଷୟ ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏହାର ସଠିକ ତଦନ୍ତ କରି କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାପାଇଁ ସାଧାରଣରେ ଦାବି ହେଉଛି।