ମନରେଗାରେ ମହା ଦୁର୍ନୀତି,କାମ ନ କରି ଟଙ୍କା ହଡପ୍ ଅଭିଯୋଗ !
ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ଦ୍ଵାରସ୍ଥ ହେଲେ ଜନପ୍ରତିନିଧି ।
ଥୁଆମୂଳ ରାମପୁର,୦୪/୦୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡପ୍ ହୋଇଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଏହି ପଞ୍ଚାୟତର ଖମାରପଦର ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟାଦେଶ ନଂ 12543 (2410007013/PC/10918223) ଅନୁସାରେ ପଥର ହୁଡା କାର୍ଯ୍ୟ କରିବା କଥା ହେଲେ ଉକ୍ତ କାର୍ଯ୍ୟ ନ କରି ଉଭୟ ଜି.ଆର.ଏସ୍ ଓ ପଞ୍ଚାୟତ ନିର୍ବାହ ଅଧିକାରୀ ଚଞ୍ଚକତା କରି କିଛି ଶ୍ରମିକଙ୍କ ଏକାଉଣ୍ଟ୍ ଯାହାକି ମଧୁବାବୁ ପେନସନ ଯୋଜନା ପାଉଥିବା ହିତାଧିକାରୀ ଙ୍କ ଖାତାରେ ଟଙ୍କା ଜମା କରି ଅର୍ଥ ବାଟମାରଣା କରିଥିବା ସ୍ଥାନୀୟ ଜନପ୍ରତିନିଧି ଯଥା ୱ୍ଵାର୍ଡ ମେମ୍ବର, ପଞ୍ଚାୟତ ସମିତି ମେମ୍ବର ଓ ନାଏବ ସରପଞ୍ଚ ବିଡ଼ିଓଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ମାନେ ହେଲେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକ, ୱାର୍ଡ ସଭ୍ୟ/ସଭ୍ୟା ଲକ୍ଷ୍ମୀ ନାଏକ, ଲକ୍ଷ୍ମୀ ମାଝୀ, ରୁମକି ଗଉଡ, ଚନ୍ଦ୍ର ମାଝୀ, ତ୍ରୀନାଥ ମାଝୀ ଓ ସୂର୍ଯ୍ୟ ମାଝୀ ପ୍ରମୁଖ। ବିଡ଼ିଓଙ୍କୁ ଏହାର ସତ୍ୟାସତ୍ୟ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।

ସେଭଳି ଗତ ମାସ ୨୬ ତାରିଖରେ ମଧ୍ୟ ଅଡ୍ରି ଗ୍ରାମପଞ୍ଚାୟତ ସ୍ଥିତ ଢୋଲପାସ ଗ୍ରାମରେ ମନରେଗା ଯୋଜନାର ଝିମ୍କିଡଙ୍ଗର ଠାରେ ପଥର ବନ୍ଧେଇ ପାଇଁ ଆସିଥିବା ୫ଲକ୍ଷ୍ୟ ଟଙ୍କାର କିଛି କାମ ନ କରି ଗାଁ ସାଥୀ, ଜି.ଆର.ଏସ୍, ପଞ୍ଚାୟତ ନିର୍ବାହ ଅଧିକାରୀ, ସରପଞ୍ଚ ଏବଂ କନିଷ୍ଠ ଯନ୍ତ୍ରୀ ଏମାନେ ମିଶି ବ୍ୟାପକ ଭାବରେ ଅନିୟମିତତା କରି ଟଙ୍କା କୁ ହଡ଼ପ କରିଥିବା ନେଇ କିଛି ୱାର୍ଡ ମେମ୍ବର ଙ୍କ ସମେତ ଗ୍ରାମବାସୀ ଥୁଆମୂଳ ରାମପୁର ଥାନାରେ ଏବଂ ବିଡ଼ିଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ l ହେଲେ ବର୍ତ୍ତମାନ୍ ସୁଧା ଏହାର ତଦନ୍ତ ହୋଇ ନାହିଁ l ଥୁଆମୂଳ ରାମପୁର ବ୍ଳକରେ ଦିନକୁ ଦିନ ମନରେଗା ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ବ୍ଲକ୍ ର ପ୍ରତେକ୍ ମନରେଗା ଯୋଜନାରେ ଯୋଦି ସଠିକ୍ ଭାବରେ ଭିଜିଲାନ୍ସ ର ତଦନ୍ତ ହୁଏ ତେବେ ଏଠାରେ ବୋହୁତ ବଡ଼ ବଡ଼ ଅଫିସର୍, ରାଜନେତା , ଠିକାଦାର ଙ୍କ ସଂପୃକ୍ତି ଥିବା ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମାନଙ୍କୁ ମଧ୍ୟରେ ଆଲୋଚନା ହେଉଛି l ଏ ସମ୍ପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ଏହାର କଣ। ହୋଇଛି ମୁ ତୋ କିଛି ଜାଣିନାହିଁ, କିନ୍ତୁ ଘଟଣାର ଦତନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l