ମହିମା କ୍ରିକେଟ ଟୁର୍ନାମେଣ୍ଟ କବିତ୍ରା ଦଳ ଚାମ୍ପିଅନଯୋଗ ଦେବେ ପାଟଣା ବିଧାୟକ


ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଡିସେମ୍ବର ମାସ ୧୬ ତାରିଖରୁ ଚାଲିଥିବା ଟି ମହିମା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ କବିତ୍ରା ଏବଂ ବେଗେନା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଦଯାପାନୀ ଦିବସରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାଇନାଲ ମ୍ୟାଚର ଶୁଭାରମ୍ଭ କରି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବେଗେନା ଦଳକୁ ପରାସ୍ତ କରି କବିତ୍ରା ଦଳ ଚାମ୍ପିଅନ ହୋଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ନାଏକ ଚାମ୍ପିଅନ ଦଳକୁ ୧୮ ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ୧୪ହଜାର ଟଙ୍କା ସହିତ ଟ୍ରଫି ପ୍ରଧାନ କରିଥିଲେ । ଉଦଯାପନୀ ଉତ୍ସବରେ ବିଜେପି ଯୁବ ନେତା ଦିପୁ ଖାଟୁଆ ,ସମାଜ ସେବୀ ଯୋଗେନ୍ଦ୍ର ନାଏକ, ପ୍ରମୁଖ ଉପସ୍ଥିତ ଥିଲେ ।