ମାଁ ମହାକାଳୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା ବା ଦୀପାବଳୀ ପର୍ବ ଅନୁଷ୍ଠିତ l

ଥୁଆମୂଳ ରାମପୁର, ୦୧/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦରମହୋକୁମା ସ୍ଥିତ ତାଲବନ୍ଦ ପଡାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜାକମିଟି ଓ ପଡାବାସୀଙ୍କ ମିଳିତ ଉଦ୍ଯମରେ ପବିତ୍ର ଦୀପାବଳି ପର୍ବରେ ମାଁ ମହାକାଳୀ ଓ ଭୈରବ ଦେବଙ୍କ ଝାମୁଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ଦିନ ସକାଳେ ଘଣ୍ଟତାଳ ହୁଳହୁଳି ଓ ବାଜା ସହ ପୂଜାର୍ଚ୍ଚନା କରି ପୂର୍ବରୁ ଯୋଗାଡ କରାଯାଇଥିବା କାଠରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାପରେ ସଂନ୍ଧ୍ୟାରେ ବାବା ଭୈରବ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଭକ୍ତଙ୍କ ଭିଡଲାଗିଥିଲା ମନ୍ଦିରରେ ପୂଜକ ମାନଙ୍କ ଦ୍ବାରା ଦେବଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ଶେଷରେ ବାବା ଅଗ୍ନି ଭୈରବ ଭକ୍ତଙ୍କୁ ଦର୍ଶନ ଦେବା ଉଦ୍ଦେଶ୍ୟରେ ଦୁର୍ଗା ପରିବାର ର ମୁଖ୍ୟ ମନ୍ଦିର ଠାରୁ ତାଙ୍କ ମୁଖ୍ୟ ପାଟ ଖଣ୍ଟା ଭୈରବ କାଳିଶି ବିଦ୍ୟାଧର ନାଏକ ଧରି ସହର ଭ୍ରମଣରେ ବାହାରି ଫେରି ଉଭୟ ଦେବାଦେବୀ ପୂର୍ବରୁ ସଜାଯାଇଥିବା ପୂର୍ଣ୍ଣ କଳସ ଉପରେ ଥିବା କଣ୍ଟାରେ ବସି ସେଠାରୁ ଭୈରବ ଦେବ ଅଗ୍ନିକୁଣ୍ତ ନିକଟରେ ପହଞ୍ଚି ଥିଲେ। ସେବକ ଓ ଭକ୍ତଙ୍କ ଗହଣରେ ଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଅଗ୍ନି କୁଣ୍ତରେ ଭୈରବ ଦେବ ପ୍ରବେଶ କରି ପୁଣି ମନ୍ଦିର କୁ ପ୍ରତ୍ଯାବର୍ତ୍ତନ କରିଥିଲେ।

ଏହି ଅବସରରେ ରାତିରେ ଭକ୍ତ ଓ ଶ୍ରଧାଳଙ୍କ ମନୋରଞ୍ଜନ ନେଇ ଏକ ମେଲୋଡି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ତେବେ ଏହି ଝାମୁଯାତ୍ରା ଏବଂ ଦୀପାବଳୀ ଉତ୍ସବକୁ ପୂଜାକମିଟି ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ଉପ ସଭାପତି ଗୁଣନିଧି ନାଏକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନାଏକ, ସହ ସମ୍ପାଦକ କୈଳାସ ଛତ୍ରିଆ, କୋଷାଧ୍ୟକ୍ଷ ଗଣେଶ୍ୱର ନାଏକ ସମେତ ନବଜୀବନ ଯୁବ ଅନୁଷ୍ଠାନ ର ଯୁବଗୋଷ୍ଠୀ ଓ ପଡାବାସୀଙ୍କ ସମ୍ପୂର୍ଣ୍ଣ ମିଳିତ ସହଯୋଗ ଯୋଗୁଁ ଶାନ୍ତିଶୃଙ୍ଖଳା ଭାବରେ ସପନ୍ନ କରିବାରେ ସଫଳ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ସମ୍ବିତ ବିଶ୍ଵାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବରେ ଥାନା ଏଏସଆଇ ରଶ୍ମି ରଞ୍ଜନ ବାଗ, ବିଜେଡି ବ୍ଲକ୍ ସଭାପତି କପିଳାସ ନାଏକ, ନରେନ୍ଦ୍ର ନାଏକ , ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ସବିର ଧଙ୍ଗଡା ମାଝୀ, ସମାଜ ସେବୀ ଭାରତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ର ଦୀପାବଳୀ ଅବସରରେ ଉଦ୍ବୋଦନ ଦେଇଥିଲେ l ପରିଶେଷରେ ଶୁକ୍ରବାର ସକାଳୁ ପୂଜକ ଙ୍କ ଦ୍ଵାରା ଜେନାମରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଅନୁଷ୍ଠାନ ତଥା ତାଳବନ୍ଧ ପଡ଼ା, ସପ୍ନସାଗର ପଡ଼ା, ଜଗନ୍ନାଥ କଲୋନୀ, ସମାଗୁଡ଼ା ର କଳାକାରଙ୍କ ଦ୍ଵାରା ପାରମ୍ପରିକ ବିଚିତ୍ରା, ଭେଶ ଭୂଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l