ମାଆ ହେବେ ୟାମି ଗୌତମ

ଅଭିନେତ୍ରୀ ୟାମି ଗୌତମ ଏବଂ ଫିଲ୍ମ ନିର୍ମାତା ଆଦିତ୍ୟ ଧର ମାଆ-ବାପା ହେବାକୁ ଯାଉଛନ୍ତି । ୟାମି ଗୌତମ ଗର୍ଭବତୀ ଅଛନ୍ତି ଏବଂ ଖୁବଶୀଘ୍ର ନିଜ ପ୍ରଶଂସକଙ୍କୁ ଏକ ଖୁସିଖବର ଦେବାକୁ ଯାଉଛନ୍ତି । ଫିଲ୍ମ ଆର୍ଟିକିଲ ୩୭୦ର ଟ୍ରେଲର ଲଞ୍ଚରେ ୟାମିଙ୍କ ବେବିବମ୍ପ ସ୍ପଷ୍ଟ ଦେଖାଯାଉଥିଲା। ୟାମି ତାଙ୍କ ବ୍ଲେଜର ସହିତ ନିଜ ବେବିବମ୍ପକୁ ଲୁଚାଇଥିବାର ନଜର ଆସିଥିଲେ।ମିଡିଆ ରିପୋର୍ଟ ଅନୁସାରେ, ଯେତେବେଳେ ୟାମି ଗୌତମ ମାଆ ହେବାକୁ ଯାଉଥିବା ପ୍ରଥମ ଥର ଜାଣିବାକୁ ପାଇଲେ, ସେ ବହୁତ ଖୁସି ହୋଇଥିଲେ ।

ସମ୍ଭତଃ ମେ ମାସରେ ଦୁହେଁ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ ଜଣାଇବେ ।ଫିଲ୍ମ ଆର୍ଟିକିଲ ୩୭୦ର ୟାମି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଏହି ଫିଲ୍ମଟି ଆଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଛି। ବର୍ତ୍ତମାନ ଏହି ଦମ୍ପତିଙ୍କୁ ପ୍ରମୋସନରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଟ୍ରେଲର ଲଞ୍ଚ ପରେ ୟାମି ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ହେବାକୁ ଯାଉଛନ୍ତି।