ମାନବିକତା ଦେଖାଇଲେ ପୋଲିସ ଏସ ଆଇ । ରୋଗୀଙ୍କୁ ପଠାଇଲେ ମେଡିକାଲ

ବନ୍ଦ ପାଳନ ବେଳେ ଆସିଲା ଭିନ୍ନ ଚିତ୍ର। ରୋଗୀଙ୍କୁ ମେଡିକାଲ ପଠାଇଲା ପୋଲିସ। ଆମ୍ବୁଲାନ୍ସରେ ମେଡିକାଲ ଗଲେ ମହିଳା। ବସ୍‌ରେ ଯିବାେବେଳ ଫସିଥିଲେ ମହିଳା। ଏସ୍‌ସିବି ପଠାଇଲା ପାହାଳ ପୋଲିସ। ସୂଚନାମୁତାବକ ଆଜି କଂଗ୍ରେସ ସାରା ଓଡିଶାରେ 12 ଘଣ୍ଟିଆ ବନ୍ଧ ଡାକରା ଦେଇଛି । ପାହାଳ ନିକଟରେ କଂଗ୍ରେସ କର୍ମୀମାନେ ରୋଡ଼ ବନ୍ଦ କରିଦେଇଥିଲେ । ଖଡ଼ିଆଳରୁ କଟକ ଯାଉଥିବା ବସ ପାହାଳ ନିକଟରେ ଅଟକି ଯାଇଥିଲା । ସେହି ବସରେ ଏକ ଯାତ୍ରୀ ଗୁରୁତର ରୋଗରେ ପୀଡିତ ଥିବାରୁ କଟକ SCB ଯାଉଥିଲେ। ବସ ଅଟକି ରହିବାରୁ ଦେହ ବହୁ ଖରାପ ଆଡକୁ ଗତି କରିଥିଲା । ପାହାଳ ଥାନାର ଏସ୍ଆଇ ସ୍ମୃତି ରଞ୍ଜନ ମହାନ୍ତି ମହିଳା ରୋଗୀଙ୍କୁ ନିଜେ ଟେକି ଟେକି ଆଣି ରାସ୍ତା ପାର କରାଇ ଥିଲେ। ଅନ୍ୟ ଦିଗରୁ ଆସୁଥିବା 108 ଆମ୍ବୁଲାନ୍ସ ସହାୟତାରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ ଏସ୍ଆଇ ସ୍ମୃତି ରଞ୍ଜନ ।