ମାନହାନୀ ମକଦ୍ଦମା ମାମଲାରେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ଜେଲ ଦଣ୍ଡ
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ। ତେବେ ଏହି ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଯାହାଫଳରେ ସେ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିପାରିବେ।ସୂଚନାଯୋଗ୍ୟ,୨୦୧୩ରେ ସମ୍ପତ କୁମାର ତାମିଲନାଡୁ ପୋଲିସର ଜଣେ ସିଆଇଡି ଅଧିକାରୀ ଥିଲେ। ୨୦୧୩ରେ ବେଟିଂ ମାମଲା ଉଠାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା ।
ସମ୍ପତ ତାଙ୍କ ତଦନ୍ତ ସମୟରେ ଏହି ମାମଲାରେ ଧୋନୀଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲେ । ଏନେଇ ଧୋନୀ ସମ୍ପତ କୁମାର ଓ ଏକ ଟେଲିଭିଜନ ଚ୍ୟାନେଲ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଥିଲେ ।