ମାଲାୟାଲମ ଫିଲ୍ମର ଲୋକପ୍ରିୟ ଅଭିନେତା କୋଚୁ ପ୍ରେମନଙ୍କର ପରଲୋକ
ମାଲାୟାଲମ ଫିଲ୍ମର ଲୋକପ୍ରିୟ ଅଭିନେତା କୋଚୁ ପ୍ରେମନଙ୍କର ପରଲୋକ ହୋଇଛି। ୬୮ ବର୍ଷ ବୟସରେ ଥିରୁଭନନ୍ତପୁରମର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ କୋଚୁ ପ୍ରେମନ। ପତ୍ନୀ ଗିରିଜା ଓ ପୁଅ ପିଜି ହରିକୃଷ୍ଣନକୁ ଏକା ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଅଭିନେତା।
କୋଚୁ ପ୍ରେମନ ଥିଏଟରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୯୬ରେ ‘ଦିଲୱାଲା ରାଜକୁମାରନ’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ହାସ୍ୟ ଅଭିନେତା ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ପ୍ରେମନ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।