ମାଳି ଚଗା ବା ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ।
ଥୁଆମୂଳ ରାମପୁର,୧୫/୦୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ। ବୁଧବାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପ୍ୟାଣ୍ଟ୍ ଠାରେ ରାଜାରାଣୀ ଝାମୁଯାତ୍ରା ଏବଂ ମାଳି ଚଗା ସହିତ ସମ୍ପନ୍ନ ହୋଇଯାଇଛି ଚଳିତ ବର୍ଷ ପୌଷ ପର୍ବର ଅନ୍ତିମ ଉତ୍ସବ। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ହେଲେ ପ୍ୟାଣ୍ଟ ରାଜାରାଣୀ ଉତ୍ସବ କମିଟି ଏଵଂ ପତିତ ପାବନ ଯୁବ ଅନୁଷ୍ଠାନ କୋଷାବରା ଦ୍ବାରା ଆୟୋଜିତ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇଥିଲା। ଆଦିବାସୀଙ୍କ ମହାନ ପର୍ବ “ଟୋକିମରା” ପରବ୍ ପାଳନ ଅବସରରେ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭିନ୍ନ ଭିନ୍ନ ଉତ୍ସବ ପାଳନ କରୁଥିବାର ଦେଖାଯାଇଥାଏ।

ମୁଖ୍ୟ ପର୍ବ “ଟୋକିମରା” ଉତ୍ସବ ପରେ ଅନ୍ତିମ ପର୍ଯ୍ୟାୟରେ ବାଲିପଟା, ଧାଙ୍ଗଡି ଝୁଲା ଏବଂ ଧାଙ୍ଗଡି ଦେଖା ଭଳି ଉତ୍ସବ ପାଳନ ହୋଇଥାଏ। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ହେଲେ ପ୍ୟାଣ୍ଟ୍ ଠାରେ ଦୀର୍ଘ ୫୦ ବର୍ଷ ହେବ ପୌଷ ପର୍ବର ଶେଷ ଉତ୍ସବ ଭାବେ ଏହି ଉତ୍ସବ ପାଳନ ହେଇ ଆସୁଛି। ରାଜାରାଣୀ ଝାମୁଯାତ୍ରା ବା ମାଳି ଚଗା ଉତ୍ସବ ଭାବେ ପାଳନ ହେଇ ଆସୁଥୁବା ଏହି ଉତ୍ସବରେ ସ୍ଥାନୀୟ ରାଜା ଏବଂ ରାଣୀ ନାମକ ଦୁଇ ପାହାଡକୁ ପୂଜା କରାଯାଇଥାଏ। ଏହି ଅବସରରେ ଉକ୍ତ ସ୍ଥାନରେ ସ୍ଥାନୀୟ ଦେବାଦେବୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ। ସେଠାରେ ଦେବୀଙ୍କ କାଳିସି ଲାଗି ହେଲା ପରେ କଣ୍ଟା ଦୋଳିରେ ଝୁଲି ଥାଆନ୍ତି ଏବଂ ପରେ ଅଗ୍ନି ପରୀକ୍ଷା ପାଇଁ ନିଆଁରେ ଚାଲିଥାଆନ୍ତି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିଲା । ଗତ କିଛି ବର୍ଷ ହେବ ଏହି ଯାତ୍ରା କୁ ଆହୁରି ସରସ ସୁନ୍ଦର କରିବା ପାଇଁ ଡାନ୍ସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଆସୁଛି l

ସେଭଳି ଚଳିତ ବର୍ଷ ମଧ୍ୟ ଡାନ୍ସ ପ୍ରତିଯୋଗିତା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
ରେ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ୍ ବିଜେଡି ସଭାପତି କପିଳାସ ନାଏକ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନେତା ମହେନ୍ଦ୍ର ମାଝୀ, ଆଦିବାସୀ ସଂଘ ସଭାପତି ସନାତନ ମାଝୀ, ପୂର୍ବତନ ସମିତି ସଭ୍ୟ ରକ୍ତ ମାଝୀ, ଗୁଞ୍ଜେନ ମାଝୀ, କ୍ରିଷ୍ଣା ମାଝୀ, ବିରିକୋଟ ସମିତି ସଭ୍ୟା ଗୁରୁବାରି ମାଝୀ, ଘାସିରାମ ମାଝୀ ପ୍ରମୁଖ ମଞ୍ଚଶୀନ ହୋଇଥିବା ବେଳେ ଅନୁଷ୍ଠାନ ର ସଭାପତି ଲିଙ୍ଗରାଜ ମାଝୀ, ଉପ ସଭାପତି କେଶରୀ ନାଏକ, ସମ୍ପାଦକ ହାରୁ ମାଝୀ, ସହ ସମ୍ପାଦକ ରୂପା ମାଝୀ, କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଏକ ଏବଂ ହେଲୋ ପ୍ୟାଣ୍ଟ ରାଜାରାଣୀ ପୂଜା କମିଟି ସଦସ୍ୟ ସହଯୋଗ କରିଥିଲେ l ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ନାଏକ, ଅଭି ନାଏକ ଓ ପରମାନନ୍ଦ ନାଏକ ପ୍ରମୁଖ ପରିଚାଳନା କରିଥିଲେ l ଡାନ୍ସ ପ୍ରତିଯୋଗିତାରେ ଯଦୁମଣି ନାଏକ, ଭଜମନ ନାଏକ, ଗନେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ବିଚାରକ ଭାବରେ ଦୈତ୍ୟ ତୁଲାଇ ଥିଲେ ଏବଂ ପରିଶେଷରେ ବିଜେତା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଅନୁଷ୍କା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆର.ଏସ.ଏ ଡାନ୍ସ ଗ୍ରୁପ୍ କୋଷାବରା ଦ୍ୱିତୀୟ ଏବଂ ମାଁ ତାରେଣୀ ଡାନ୍ସ ଗ୍ରୁପ୍ କୁମାର୍କାନି ପ୍ରଥମ ସ୍ଥାନ ଅଧିକାର କରି ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ଏବଂ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l