ମିହିର ଦାସଙ୍କ ପରେ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି ।
ମିହିର ଦାସଙ୍କ ପରିବାରକୁ ପୁଣି ଶୋକର ଛାୟା । ଗୋଟିଏ ବର୍ଷ ତଳେ ମିହିର ଦାସଙ୍କ ପରଲୋକ ହୋଇଥିବା ବେଳେ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । କଟକ ସ୍ଥିତ ବାସଭବନରେ ଆଖିବୁଜିଲେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ।
ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ମାତ୍ର ୨୬ ବର୍ଷ ବୟସରେ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଅକ୍ଲାନ୍ତ ଗତ କିଛି ଦିନ ହେବ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଗତ ମାସେ ହେଲା ଅକ୍ଲାନ୍ତ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ପରଲୋକ ହେବା ପରେ ତାଙ୍କୁ ପରିବାର ପକ୍ଷରୁ ଏମ୍ସରୁ ଅଣାଯାଇ କଟକର ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ । ଗତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ୟା ଥିବାରୁ ଚିକିତ୍ସା ଚାଲିଥିଲା । ବୁଧବାର ଦିନ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା ।
ସେପଟେ ଅକ୍ଲାନ୍ତଙ୍କ ବିୟୋଗ ପରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଲିଉଡ୍ର ବରିଷ୍ଠ ଅଭିନେତା ଓ ଟେକ୍ନିସିଆନ୍ ମାନେ ସ୍ୱର୍ଗତ ମିହିର ଦାସଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।