ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ପତ୍ତି କେତେ ?

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ଚରଣ ମାଝୀ ବି ଜଣେ କୋଟିପତି ମୁଖ୍ୟମନ୍ତ୍ରୀ। ୨୦୨୪ ବିଧାନସଭା ନିର୍ବାଚନରେ ସେ ତାଙ୍କ ଶପଥ ପାଠରେ ସମ୍ପତ୍ତି ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁସାରେ, ମୋହନ ମାଝୀଙ୍କ ସମ୍ପତ୍ତି ୧.୯୭ କୋଟି ରହିଥିଲା। ସେଥିମଧ୍ୟରୁ ୯୫.୫୮ ଲକ୍ଷ ଟଙ୍କାର ଋଣ ଥିଲା ବୋଲି ମୋହନ ମାଝୀ କହିଥିଲେ। ସେହିପରି ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ପାଖରେ ଏବେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ, ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସବୁଠୁ ଗରିବ|ଏଡିଆର୍(ଆସୋସିଏସନ ଫର ଡମେକ୍ରାଟିକ ରିଫର୍ମ)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ତାଙ୍କ ପଛକୁ ରହିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏଡିଆର୍ ରିପୋର୍ଟ ଅନୁସାରେ ଓମାରଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ସେ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ସବୁଠୁ ଧନୀ ।